fbpx
BJD SKY
BJD SKY

ରାଜନୈତିକ ଦଳଙ୍କୁ ସିଜେଆଇଙ୍କ ଟାର୍ଗେଟ୍‌, ‘ନ୍ୟାୟପାଳିକା ସଂପୂର୍ଣ୍ଣ ଭାବେ ସ୍ୱତନ୍ତ୍ର’

BJD

ୱାଶିଂଟନ୍‌: ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ଏନ୍‌ବି ରମଣା ନ୍ୟାୟପାଳିକାକୁ ସଂପୂର୍ଣ୍ଣ ସ୍ୱତନ୍ତ ଓ ଏହା ସମ୍ବିଧାନ ପ୍ରତି ପୂର୍ଣ୍ଣ ସମର୍ପିତ ବୋଲି ଆମେରିକାର ସେନ୍‌ ଫ୍ରାନ୍‌ସିସ୍କୋ ଠାରେ ଆୟୋଜିତ ଏକ ସମ୍ମାନ ସମାରୋହରେ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ସେ ରାଜନୈତିକ ଦଳଙ୍କୁ ଟାର୍ଗେଟ୍‌ କରି କହିଛନ୍ତି କି ପ୍ରତିଟି କାର୍ଯ୍ୟରେ କ୍ଷମତାସୀନ ପାର୍ଟି ନିଷ୍ପତ୍ତି ତାଙ୍କ ସପକ୍ଷରେ ହେଉ ବୋଲି ଚାହୁଁଥିବା ବେଳେ ବିରୋଧୀ ତାଙ୍କ ଏଜେଣ୍ଡାକୁ ନ୍ୟାୟପାଳିକା ସଶକ୍ତ କରୁ ବୋଲି ଆଶା କରିଥାନ୍ତି । ମୁଖ୍ୟ ବିଚାରପତି ତାଙ୍କ ସମ୍ବୋଧନରେ କହିଛନ୍ତି କି ଯେତେବେଳେ ଆମେ ସମ୍ବିଧାନର ଶପଥ ନେଇଥାଉ ଓ ବିଚାରପତି ଭାବେ ନିଜ କାର୍ଯ୍ୟଭାର ଗ୍ରହଣ କରିଥାଉ ସେତେବେଳେ ରାଜନୀତି ଆମ ପାଖରେ କୌଣସି ପ୍ରାସଙ୍ଗିକତା ରଖିନଥାଏ ।

ସେହିପରି ଭାରତର ବିଭିନ୍ନ ସଂସ୍ଥାନକୁ ସମାଲୋଚନା କରି କହିଛନ୍ତି ସେ କହିଛନ୍ତି କି ଦେଶକୁ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂରଣ ହୋଇଥିଲେ ବି ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ବିଭିନ୍ନ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିବା ଦାୟିତ୍ୱ ଓ ଭୂମିକାକୁ ଉକ୍ତ ସଂସ୍ଥାର ଲୋକମାନେ ଠିକ୍‌ ଭାବେ ନିର୍ବାହ କରିନଥାନ୍ତି । କିନ୍ତୁ ଭାରତର ଲୋକମାନେ ସେମାନଙ୍କ କାର୍ଯ୍ୟରେ ଭଲ ପାରଦର୍ଶିତା ଦେଖାଇଥାନ୍ତି । ସେମାନଙ୍କ ବୁଦ୍ଧି ଓ ଜ୍ଞାନକୌଶଳକୁ ନେଇ ସନ୍ଦେହ କରିବାର କୌଣସି କାରଣ ନାହିଁ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏହି କି ଭାରତର ଗ୍ରାମାଞ୍ଚଳ ଲୋକମାନେ ଏବେ ଅଧିକ ସକ୍ରିୟ ହୋଇଛନ୍ତି । ସେମାନେ ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ନିର୍ବାହ କରିଥାନ୍ତି । ସେହିପରି ଭାରତ ଓ ଆମେରିକା ନିଜର ବିବିଧତା ପାଇଁ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ବହନ କରିଥାନ୍ତି ବୋଲି ମୁଖ୍ୟ ବିଚାରପତି ତାଙ୍କ ଅଭିଭାଷଣରେ କହିଛନ୍ତି ।

Get real time updates directly on you device, subscribe now.