fbpx

୫ମ ଟେଷ୍ଟର ୨ୟ ଦିନ ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ: ଭାରତ ୪୧୬, ଇଂଲଣ୍ଡ ୮୪/୫

ବର୍ମିଂହାମ (ଇଂଲଣ୍ଡ): ଘରୋଇ ଏଜବାଷ୍ଟନ ଗ୍ରାଉଣ୍ଡରେ ଚାଲିଥିବା ପଞ୍ଚମ ତଥା ଫାଇନାଲ ଟେଷ୍ଟ କ୍ରିକେଟ ମ୍ୟାର ପ୍ରଥମ ଇନିଂସରେ ଭାରତ ୪୧୬ ରନ କରି ଅଲ ଆଉଟ ହୋଇ ଯାଇଛି । ଗତକାଲି ପ୍ରଥମ ଦିନ ଖେଳରେ ଭାରତ ରିଷଭ ପନ୍ତଙ୍କ ଦମଦାର ଶତକ ବଳରେ ଭାରତ ୭ ୱିକେଟ ହରାଇ କରିଥିଲା ୩୩୮ ରନ । ଦ୍ୱିତୀୟ ଦିନ ଖେଳରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ୧୦୪ ରନ ସହାୟତାରେ ଭାରତ ସମସ୍ତ ୱିକେଟ ହରାଇ ୪୧୬ ରନ କରିଥିଲା । ଇଂଲଣ୍ଡ ପକ୍ଷରୁ ସଫଳ ବୋଲର ଭାବେ ଭେଟେରାନ ପେସର ଜେମ୍ସ ଆଣ୍ଡରସନ ୬୦ ରନରେ ୫ ୱିକେଟ ଅକ୍ତିଆର କରି ଥିବା ବେଳେ ଅନ୍ୟତମ ପେସ୍‌ ବୋଲର ମାଟି ପୋଟ୍ଟସ ୧୦୫ ରନ ବିନିମୟରେ ୨ ଓ ଅଧିନାୟକ ବେନ ଷ୍ଟୋକ୍ସ, ଜୋ ରୁଟ ଓ ଷ୍ଟୁଆର୍ଟ ବ୍ରଡ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ହାସଲ କରି ଥିଲେ ।

ଇଂଲଣ୍ଡ ପ୍ରଥମ ଇଂନିସ ଆରମ୍ଭ କରି ୨୭ ଓଭର୍‌ରେ ୫ ୱିକେଟ୍‌ ହରାଇ କରିଛି ୮୪ ରନ୍‌ । ଓପନର ଆଲେକ୍ସ ଲିଜ୍‌ ୬, ଜ୍ୟାକ୍‌ କ୍ରଲେ ୯, ଓଲି ପୋପେ ୧୦, ଜୋ ରୁଟ୍‌ ୩୧ ରନ୍‌ ଓ ଜ୍ୟାକ୍‌ ଲିଚ୍‌ ଖାତି ଖୋଲିବା ପୂର୍ବରୁ ଆଉଟ୍‌ ଜନି ବେୟାରଷ୍ଟୋ ୪୭ ବଲ୍‌ରୁ ୧୨ ରନ ଓ ବେନ ଷ୍ଟ୍ରୋକ୍ସ କୌଣସି ରନ ନକରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ସଫଳ ବୋଲର ଭାବେ ଅଧିନାୟକ ଯଶପ୍ରିତ ବୁମରା ୩ଟି, ମହମ୍ମଦ ସିରାଜ ଓ ମହମ୍ମଦ ସାମି ଗୋଟିଏ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଛନ୍ତି । ତେବେ ବର୍ଷା ହେବା ଯୋଗୁଁ ମ୍ୟାଚ୍‌ର ୨ୟ ଦିନ ଖେଳ ବହୁ ସମୟ ଧରି ବାଧାପ୍ରାପ୍ତ ହୋଇଥିଲା ।

Get real time updates directly on you device, subscribe now.