fbpx
BJD SKY
BJD SKY

କୋଣାର୍କ ଯିବା ବାଟରେ ଓଲଟିଲା ଭ୍ୟାନ୍: ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ

BJD

କୋଣାର୍କ: କୋଣାର୍କ ବୁଲିବାକୁ ଯିବା ବାଟରେ ଏକ ବଡ଼ ଧରଣ ଦୁର୍ଘଟଣା ଘଟି ଯାଇଛି । ଜୁଣେଇ ଛକ ନିକଟରେ ଏକ ଗଛକୁ ଧକ୍କା ଦେଇ ଏକ ଭ୍ୟାନ୍ ଓଲଟି ପଡ଼ିଛି । ଭ୍ୟାନ୍ ଓଲଟି ପଡ଼ିବା ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣାରେ ଆହତ ହୋଇଥିବା ୧୨ ଜଣ ଆହତଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅବସ୍ଥାରେ ରହିଛନ୍ତି । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ, ଦୁର୍ଗଟଣାର ଶିକାର ହୋଇଥିବା ଯାତ୍ରୀମାନେ ଭଦ୍ରକ ଜିଲ୍ଲା ତିହିଡ଼ିରୁ ଆସିଥିଲେ । କୋଣାର୍କ ବୁଲିବାକୁ ଆସିଥିବା ବେଳେ ଅଧା ବାଟରେ ହିଁ ଏହି ପରିବାରର ସଦସ୍ୟ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା କିଛି ଜଣା ପଡ଼ିନାହିଁ । ତେବେ ପ୍ରଥମେ ଗାଡ଼ିଟି ନିକଟସ୍ଥ ଏକ ଗଛକୁ ଧକ୍କା ଦେଇଥିଲା ଏବଂ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଗାଡ଼ିରେ ଥିବା ଯାତ୍ରୀମାନେ ଆହତ ହୋଇଛନ୍ତି ।

Get real time updates directly on you device, subscribe now.