fbpx

ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ଖୋଲିବ ‘Fever Clinic’: କୋଭିଡ୍ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରାକ୍ ପ୍ରସ୍ତୁତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଗୋଆ, କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ପରି କିଛି ରାଜ୍ୟରେ କରୋନାର ନୂଆ ସବ୍ ଭାରିଆଣ୍ଟ ଜେଏନ.୧ର ସଂକ୍ରମଣ ବ୍ୟାପିବାରେ ଲାଗିଛି । ବିଶ୍ୱର ୪୧ଟି ଦେଶରେ ସଂକ୍ରମଣ ବ୍ୟାପିବା ପରେ ଏହି ନୂଆ ସବ୍ ଭାରିଆଣ୍ଟ ଭାରତରେ ପହଞ୍ଚିଥିବା କୁହାଯାଉଛି ।

ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି କେନ୍ଦ୍ର ସରକାର କୋଭିଡ୍ ଆଡଭାଇଜରି ଜାରି କରିଥିବା ବେଳେ କିଛି ରାଜ୍ୟରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏହା ମଧ୍ୟର ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । କୋଭିଡର ନୂଆ ସବ୍ ଭାରିଆଣ୍ଟ ଜେଏ.୧ର ମୁକାବିଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କରୋନାର ମୁକାବିଲା ପାଇଁ ନିଜେ ସଚେତନ ହେବାର ଆବଶ୍ୟକତାର ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଥଣ୍ଡା, ଜ୍ୱର ରୋଗୀମାନେ ଚିକିତ୍ସିତ ହେଉଥିବା ସ୍ଥାନମାନଙ୍କରେ ସେମାନଙ୍କର ସମ୍ପୂର୍ଣ୍ଣ ଡାଟାବେସ୍ ରଖାଯିବ । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲଗୁଡ଼ିକରେ ‘ଫିଭର କ୍ଲିନିକ’ ଖୋଲାଯିବ । ପ୍ରତି ହସ୍ପିଟାଲର ମୁଖ୍ୟ ଦ୍ୱାରରେ ଏହି କ୍ଲିନିକ ରହିବ ଓ ସେଠାରେ ଥଣ୍ଡା, ଜ୍ୱର, କାଶୀ ରୋଗୀଙ୍କ ପାଇଁ ସ୍ପେଶାଲ ଡାକ୍ତରଙ୍କୁ ନିୟୋଜିତ କରାଯିବ । ଏହାଫଳରେ ରୋଗୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ଏହି କ୍ଲିନିକରେ ରଖାଯାଇ ପାରିବ । ଅଧିକ ଦିନ ଜ୍ୱର ଲାଗି ରହୁଥିବା ରୋଗୀଙ୍କ କୋଭିଡ ଟେଷ୍ଟ କରାଯାଇ ପାରିବ । ବିଭିନ୍ନ ହସ୍ପିଟାଲରୁ ମେଡିସିନ ସେବନ କରି ଅସ୍ଥାୟୀ ଭାବେ ସୁସ୍ଥ ରହିବାକୁ ଓ ସଂକ୍ରମଣକୁ ଲୁଚାଇବାକୁ ପ୍ରୟାସ କରୁଥିବା କୋଭିଡ୍ ରୋଗୀଙ୍କୁ ଏହି କ୍ଲିନିକର ଡାଟାବେସ ମାଧ୍ୟମରେ ଚିହ୍ନଟ କରିହେବ ।

Get real time updates directly on you device, subscribe now.