fbpx

ଆସନ୍ତା ୧୩ରୁ ଓଡ଼ିଶାରେ ବଦଳିବ ପାଗ: ପାଣିପାଗ ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୩ ତାରିଖରୁ ରାଜ୍ୟରେ ବଦଳିଯିବ ପାଗ । ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବାତ୍ୟା ଦୁର୍ବଳ ହେଉଥିବାରୁ ବିଶେଷ ପ୍ରଭାବ ରହିବ ନାହିଁ । ଦୁବର୍ଳ ହୋଇ କାଲି ଅବପାତରେ ରୂପ ନେବାର ସମ୍ଭାବନା ରହିଛି ।

ତେବେ ରାଜ୍ୟର ୫ ଜିଲ୍ଲା ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି ଓ ପୁରୀରେ ବର୍ଷା ହେବ । ୧୨ ତାରିଖ ରାତି ଯାଏଁ ସମୁଦ୍ର ଅଶାନ୍ତ ରହିବ । ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ପୁରୀ, ଚାନ୍ଦବାଲି, ପାରାଦୀପରେ ୨ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ଏନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ଅନ୍ୟପଟେ ବାତ୍ୟା ‘ଅସାନି’କୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ଛୁଟି ନିଷ୍ପତ୍ତି ନେଇଛି । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ଆଜି ମାଲକାନଗିରିର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା ହୋଇଛି ।

ସେପଟେ ଆନ୍ଧ୍ରପ୍ରଦେଶରେ ଆଜି ହେବାକୁ ଥିବା ପରୀକ୍ଷା ସ୍ଥଗିତ ହୋଇଛି । ବୋର୍ଡ ଅଫ୍ ଇଣ୍ଟରମିଡିଏଟ୍ ଏଜୁକେସନର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ବାତ୍ୟା ‘ଅସାନି’କୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖିଛି ବୋର୍ଡ । ଆଜି ହେବାକୁ ଥିବା ପରୀକ୍ଷା ୨୫ ତାରିଖକୁ ଘୁଞ୍ଚିଛି । କିନ୍ତୁ ଆସନ୍ତାକାଲିଠାରୁ ହେବାକୁ ଥିବା ପରୀକ୍ଷା ପରିବର୍ତ୍ତିନ ହେବନାହିଁ ।

Get real time updates directly on you device, subscribe now.