fbpx

‘ଅସାନି’ର ପ୍ରଭାବ: ବାତିଲ ହେଲା ବିମାନ ଉଡ଼ାଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସାମୁଦ୍ରିକ ବାତ୍ୟା ଅସାନି କାରଣରୁ ପ୍ରଭାବିତ ହୋଇଛି ବିମାନ ସେବା । ଆନ୍ଧ୍ରପ୍ରଦେଶ ଏବଂ ଚେନ୍ନାଇର ବିମାନ ଗୁଡିକୁ ବାତିଲ କରି ଦିଆଯାଇଛି । ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଥିବା ଅସାନି ପ୍ରଭାବରେ ୭୫-୮୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଭୀଷଣ ବାତ୍ୟା ‘ଅସାନି’ ଦୁର୍ବଳ ହୋଇ ଏବେ ବାତ୍ୟାରେ ପରିଣତ ହୋଇଛି । ଘଣ୍ଟାକୁ ୧୨ କିଲୋମିଟର ବେଗରେ ଆନ୍ଧ୍ରମୁହାଁ ହୋଇଛି ବାତ୍ୟା ‘ଅସାନି’ । ଖୁବଶୀଘ୍ର ଉତ୍ତର-ଉତ୍ତରପୂର୍ବ ଦିଗରେ କରିବ ରି-କର୍ଭ । ଏହା ପ୍ରଭାବରେ କାଲି ପର୍ୟ୍ୟନ୍ତ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ହେବ ବୋଲି ଆଶଙ୍କା କରାଯାଉଛି । କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ବାତ୍ୟାଟି ପୂର୍ବରୁ ସମୁଦ୍ରରେ ହେବା ନେଇ ଆଶଙ୍କା କରାଯାଉଥିବା ବେଳେ ଏହା ଆନ୍ଧ୍ରପ୍ରଦେଶ ଠାରୁ ରିକର୍ଭ କରିଥିଲା ।

Get real time updates directly on you device, subscribe now.