fbpx

ଦେଶର ୧୨ଟି ମନ୍ତ୍ରଣାଳୟରେ ନିଯୁକ୍ତି ପାଇବେ ୧ ଲକ୍ଷ ଡ୍ରୋନ୍ ପାଇଲଟ, ଯୁକ୍ତ ଦୁଇ ପାସ୍ ପ୍ରାର୍ଥୀ କରିପାରିବେ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ଅଧିକ ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଆଗାମୀ ଦିନରେ ଭାରତ ସରକାର ୧ ଲକ୍ଷ ଆଶାୟୀଙ୍କୁ ନିଯୁକ୍ତି ଦେବେ । ଆଜିର ସମୟରେ ଦେଶର ୧୨ଟି ମନ୍ତ୍ରଣାଳୟରେ ଡ୍ରୋନ ସେବାର ଚାହିଦା ବୃଦ୍ଧି ପାଇଛି । ତେଣୁ ଏହି ସେକ୍ଟର ପାଇଁ ସରକାର ଉଚ୍ଚକୋଟୀର ନୀତି ଆଣିବାର ପ୍ରୟାସରେ ରହିଛନ୍ତି । ଫଳସ୍ୱରୂପ ଡ୍ରୋନ୍ ସେକ୍ଟରରେ ଆଗକୁ ବଡ଼ ଧରଣର ନିଯୁକ୍ତ ସୁଯୋଗ ସୃଷ୍ଟି ହେବ ବୋଲି କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିଦ୍ଧିଆ ଘୋଷଣା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦେଶର ଅଧିକାଂଶ ମନ୍ତ୍ରଣାଳୟରେ ଡ୍ରୋନ ସେବାର ଚାହିଦା ବଢ଼ିବା ପରେ ଅଧିକ ସଂଖ୍ୟାରେ ଯୁବକଙ୍କୁ ନିଯୁକ୍ତି ମିଳିବ । ଡ୍ରୋନ ପାଇଲଟ ଭାବେ ନିଯୁକ୍ତି ପାଇବା ପାଇଁ ଗ୍ରାଜୁଏସନ ଡିଗ୍ରୀ ଦରକାର ନାହିଁ । ଜଣେ ପ୍ରାର୍ଥୀ କେବଳ ଯୁକ୍ତ ଦୁଇ ପାସ କରିଥିଲେ ମାତ୍ର ଦୁଇ ତିନି ମାସର ଡ୍ରୋନ ପାଇଲଟ ପ୍ରଶିକ୍ଷଣ ନେଇପାରିବେ । ଏହି ଚାକିରିରେ ପ୍ରାର୍ଥୀଙ୍କୁ ମାସକୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବ ।

ଡ୍ରୋନ କ୍ଷେତ୍ର ପାଇଁ ଗତ ୨୦୨୧ରେ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଅଣାଯାଇଥିଲା । ବର୍ତ୍ତମାନ ଏହି ପିଏଲଆଇ ଯୋଜନାକୁ ଭଲ ରେସପନ୍ସ ମିଳୁଛି । କିଛି ନୂଆ କମ୍ପାନୀ ଏହି ସେକ୍ଟରରେ କାମ କରିବା ପାଇଁ ରୁଚି ରଖୁଛନ୍ତି । ଯୁକ୍ତ ଦୁଇ ପାସ ପରେ ଜଣେ ପ୍ରାର୍ଥୀ ଦୁଇ ମାସର ଡ୍ରୋନ ପାଇଲଟ ଟ୍ରେନିଂ ନେଇ ମାସକୁ ୩୦ ହଜାର ଟଙ୍କା ରୋଜଗାର କରିପାରିବେ ।

Get real time updates directly on you device, subscribe now.