ତାମିଲନାଡୁ: ଅଳ୍ପକେ ବଞ୍ଚିଲା 87 ଲୋକଙ୍କ ଜୀବନ। ବସ ଚାଲୁଥିବା ସମୟରେ ବାହାରି ପଡିଲା ଚକା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁରେ। ଏହି ଘଟଣାଟି ପୁରା ହଲିଉଡ୍ ଚଳଚ୍ଚିତ୍ର ପରି ହୋଇଛି।
ଏଥିରେ ଦେଖିବାକୁ ମିଳିଛି, ଟାୟାର ଥିବା ଏକ ବସ୍ର ସମ୍ପୂର୍ଣ୍ଣ ଆକ୍ସଲ୍ ବାହାରି ଯାଇଛି। ବସ୍ର ଅବସ୍ଥା ଦେଖି ଯେ ନାହିଁ ସେ କହିବ ଯେ, ଅନେକ ଲୋକ ମୃତ୍ୟୁବରଣ କରିଥିବେ, କିନ୍ତୁ ଭଗବାନଙ୍କ ଦୟାରୁ ସେପରି କିଛି ହୋଇନାହିଁ।
ବସରେ 87 ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ସାମାନ୍ୟ ଆହତ ହୋଇଛନ୍ତି। ଏହି ଘଟଣା ପାଇଁ ଟ୍ରାଫିକ୍ ବାଧାପ୍ରାପ୍ତ ହୋଇଛି।ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରଠାରୁ ସାଧାରଣ ପରିବହନ ସହ ଜଡିତ ଏପରି ମାମଲା ଏବେ ସାମ୍ନାକୁ ଆସୁଛି।
ଏହି ଘଟଣାକୁ ତାମିଲନାଡୁର ତେଙ୍କାସି ସହରର ଇଡାଇକାଲ ଗାଁର @thinak_ ନାମକ ଜଣେ ବ୍ୟକ୍ତି ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ କରିଥିବାବେଳେ ଏହା ପ୍ରାୟ 34 ହଜାର ଭ୍ୟୁ ପାଇଛି।