fbpx

(Video) ପାଣିରେ ବୁଡ଼ିଯିବ ସମଗ୍ର ପୃଥିବୀ: ଧିରେ ଧିରେ ବୃଦ୍ଧି ପାଉଛି ସମୁଦ୍ରର ତାପମାତ୍ରା, ଆସୁଛି ମହାପ୍ରଳୟ!

ବର୍ଷ ବର୍ଷର ରେକର୍ଡ଼ ଭାଙ୍ଗିଛି ସମୁଦ୍ରର ତାପମାତ୍ରା । ମାଡ଼ି ଆସୁଛି ମହା ପ୍ରଳ୍ରୟ । ଚଳିତ ସପ୍ତାହରେ ସମସ୍ତ ରେକର୍ଡ଼ ଭାଙ୍ଗିଛି ସମୁଦ୍ରର ତାପମାତ୍ରା । ଯାହାକି ପୃଥିବୀ ପାଇଁ ଶୁୂଭ ସଂଙ୍କେତ ନୁହେଁ । ପୃଥିବୀର ବିଭିନ୍ନ ସମୁଦ୍ର ଏବଂ ମହାସାଗରରେ ଜଳସ୍ତରର ତାପମାତ୍ରା ରେକର୍ଡ଼ ଛୁଇଁଥିବା ବେଳେ ଏବେ ଚିନ୍ତାରେ ବୈଜ୍ଞାନିକ । ସାଂଘାତିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବା ନେଇ ଦ୍ୱନ୍ଦରେ ପଡ଼ିଲେଣି ବୈଜ୍ଞାନିକ । ଏମିତିକି ଆଗାମୀ କିଛି ବର୍ଷ ମଧ୍ୟରେ ସମୁଦ୍ରର ତାପମାତ୍ରା ଆହୁରି ବୃଦ୍ଧି ପାଇବା ଆଶଙ୍କା କରିଛନ୍ତି ।

ଏଥର ଅଗଷ୍ଟ ଚଳିତ ସପ୍ତାହରେ ସର୍ବାଧିକ ରେକର୍ଡ଼ ଛୁଇଁଛି ସମୁଦ୍ରର ତାପମାତ୍ରା । ବୈଜ୍ଞାନିକ ମାନେ ସାମୁଦ୍ରିକ ହିଟ୍ େଓଭ୍କୁ ଅନୁଧ୍ୟାନ କରିବା ସହିତ ସମୁଦ୍ର ପତନର ରେକର୍ଡ଼ କରିଥିଲେ । ଗତ ସପ୍ତାହରେ ଭୂମଧ୍ୟସାଗରର ତାପମାତ୍ରା ୨୮.୭୧ ସେଲସିଅସ ରେକର୍ଡ଼ କରାଯାଇଥିଲା । ଯାହା ସମୁଦ୍ର ଜୀବଜଗତକୁ ପ୍ରଭାବିତ କରିବା ସହ ପୃଥିବୀକୁ ମାଡ଼ି ଆସିବ ବିପଦ । ବୈଜ୍ଞାନିକଙ୍କ ମତ ଅନୁଯାୟୀ ସମୁଦ୍ରର ତାପମାତ୍ରା ଜଳବାୟୁ ଉପରେ ପଡ଼ିବ । ପାଣିପାଗରେ ବ୍ୟପକ ପରିବର୍ତ୍ତନ ଘଟିବ । ଯାହା ଦ୍ୱାରା ବାୟୁ ପ୍ରଦୂଷଣ କମିବ । କିନ୍ତୁ ଯଦି ଏମିତି ଭାବେ ଜଳସ୍ତର ଉତ୍ତପ୍ତ ରହିବା ଜାରି ରୁହେ ତେବେ ଅଙ୍ଗାରକାମ୍ଲ ଅବଶୋଷଣ କମିବ । ଫଳରେ ବିଶ୍ୱରେ ଗୀନ୍ ଗ୍ୟାସ ବୃଦ୍ଧି ପାଇବ । ଆଉ ତାପମାତ୍ରା ବୃଦ୍ଧି କାରଣରୁ ବରଫ ମଧ୍ୟ ତରଳିଯିବ । ଯାହାଦ୍ୱାରା ହରିକେନ, ସାଇକ୍ଲୋନ, ଷ୍ଟର୍ମ, ଜଳବାୟୁ ସମ୍ବନ୍ଧୀୟ ସ୍ଥିତି ସାଂଘାତିକ ହେବ । ଖାଦ୍ୟ ସଂଙ୍କଟ ମଧ୍ୟ ଦେଖାଯିବ । ସମ୍ପ୍ରତ୍ତି ବିଭିନ୍ନ ଦେଶରେ ମଧ୍ୟ ବର୍ଷାର କହର ଦେଖିବାକୁ ମିଳିଛି । ବାଦଲ ଫଟା ବର୍ଷା ତାଣ୍ଡବ ରଚିଥିବା ବେଳେ ଭାସିଯାଇଛି ଲୋକଙ୍କ ଘର ଦ୍ୱାର । ଜାତିସଂଘ ସାଧାରଣ ସମ୍ପାଦକ ଏଣ୍ଟୋନିଓ ଗୁଟେର୍ସ କହିଛନ୍ତି ଆଗକୁ ଆହୁରି ଭୟଙ୍କର ସ୍ଥିତି ଆସୁଛି । ବୁଡ଼ିଯିବ ସବୁକିଛି ।

ଏଭଳି ମନ୍ତବ୍ୟ ଏବେ ଜନସାଧାରଣଙ୍କ ମନରେ ଭୟ ସୃଷ୍ଟି କରିଛି । ପୃଥିବୀ ଧ୍ୱଂସ ହେବା ନେଇ ମାଳିକାରେ ହୋଇଥିବା ଭବିଷ୍ୟବାଣୀ ସତ ହେବ ବୋଲି ମନରେ ଛନକା ପଶିଛି । ସେପଟେ ମାଳିକାରେ ଲେଖାଥିବା ପ୍ରତ୍ୟେକ ଘଟଣା ଗୋଟି ଗୋଟି କରି ଘଟୁଥିବା ବେଳେ ବର୍ତ୍ତମାନ ଏହି ତଥ୍ୟ ସମସ୍ତଙ୍କୁ କଳିଯୁଗ ଶେଷ ହେବାର ଭୟଙ୍କର ଚିତ୍ରକୁ ମନେ ପକାଇ ଦେଇଛି ।

Get real time updates directly on you device, subscribe now.