fbpx

‘ଇଣ୍ଡିଆନ୍ ଆଇଡଲ୍ ୧୩’ର ବିଜେତା ହେଲେ ଋଷି , ଜିତିଲେ କ୍ୟାଶ୍ ସହିତ ଏତେ ଦାମୀ କାର୍ , ଏହି ୫ ପ୍ରତିଯୋଗୀଙ୍କ ଉପରେ ଟଙ୍କା ବର୍ଷା

ମୁମ୍ବାଇ : ‘ଇଣ୍ଡିଆନ୍ ଆଇଡଲ୍ ୧୩’ର ଗ୍ରାଣ୍ଡ୍ ଫାଇନାଲ୍ ଶେଷ ହୋଇଛି । ଏହି ଶୋ’ର ବିଜେତା ଋଷି । ଗତ ୬ ମାସରୁ ଅଧିକ ସମୟ ଧରି ଏହି ଶୋ ପ୍ରସାରଣ ହୋଇ ଆସୁଥିଲା । ଏହି ଶୋ’ର ଫାଇନାଲିଷ୍ଟମାନେ ହେଲେ ବିଦୀପ ଚକ୍ରବର୍ତ୍ତୀ, ସୋନାକ୍ଷୀ କର ଏବଂ କୋଲକାତାର ଦେବମୋସିତା ରୟ, ଜାମ୍ମୁ କାଶ୍ମୀରର ଚିରାଗ କୋଟୱାଲ ଏବଂ ଭଦୋଦାରୁ ଶିବ ସିଂ। ଶୋ’ର ପ୍ରଥମ ରନର୍ ଅପ୍ ଥିଲା ଦେବମୋସିତା ରୟ । ଚିରାଗ କୋଟୱାଲ ଦ୍ୱିତୀୟ ରନର୍ସଅପ୍ ହୋଇଥିଲେ। ସମସ୍ତ ପ୍ରତିଯୋଗୀମାନେ ଫାଇନାଲରେ ଏକରୁ ଅଧିକ ପ୍ରଦର୍ଶନ କରିଥିଲେ ।

‘ଇଣ୍ଡିଆନ୍ ଆଇଡଲ୍ ୧୩’ ଟ୍ରଫି ସହିତ ଋଷି ସିଂ ୨୫ ଲକ୍ଷ ଟଙ୍କା ଏବଂ ଏକ ଚମତ୍କାର କାର ଜିତିଥିଲେ । ଏହା ହେଉଛି ମାରୁତି ସୁଜୁକି ବ୍ରିଜା ZXI  । ଦିଲ୍ଲୀରେ ଏହାର ସର୍ବୋଚ୍ଚ ମଡେଲର ମୂଲ୍ୟ ପ୍ରାୟ ୧୨.୬୦ -୧୨.୮୦ ଲକ୍ଷ ଟଙ୍କା । ଋଷିଙ୍କ ବିଜୟ ପରେ ଚ୍ୟାନେଲ ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ବିଜେତା ଘୋଷିତ କରି ଋଷି ଫଟୋ ସେୟାର କରି ଲେଖା ହୋଇଛି, “Sab par chalake apna jadoo ।

‘ଇଣ୍ଡିଆନ୍ ଆଇଡଲ୍ ୧୩’ର ଟ୍ରଫି ଜିତିଥିବାରୁ ଋଷି ସିଂ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ମୁଁ ବିଶ୍ୱାସ କରି ପାରୁ ନାହିଁ ଯେ ମୁଁ ‘ଇଣ୍ଡିଆନ୍ ଆଇଡଲ୍ ୧୩’ ଟ୍ରଫି ଜିତିଛି। ଏହା ମୋ ପାଇଁ ଏକ ସ୍ୱପ୍ନ ଥିଲା । ଯେତେବେଳେ ମୋର ନାମ ଏହି ସିଜନ ର ବିଜେତା ଭାବରେ ଘୋଷିତ ହେଲା, ମୋର ଖୁସି ର ସୀମା ନଥିଲା ।

ଋଷି ସିଂ ଆହୁରି କହିଛନ୍ତି, “ଆମର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଆମକୁ ଏପରି ଏକ ଚମତ୍କାର ପ୍ଲାଟଫର୍ମ ଦେଇଥିବାରୁ ମୁଁ ଚ୍ୟାନେଲ, ବିଚାରପତି ଏବଂ ଇଣ୍ଡିଆନ୍ ଆଇଡଲର ପୁରା ଦଳକୁ ଧନ୍ୟବାଦ ଦେଉଛି। ମୋର ସମସ୍ତ ପ୍ରଶଂସକ ଏବଂ ଦର୍ଶକଙ୍କୁ ମଧ୍ୟ ମୁଁ କୃତଜ୍ଞତା ଜଣାଇବାକୁ ଚାହେଁ, ଯେଉଁମାନେ ମୋତେ ସର୍ବଦା ସମର୍ଥନ କରିଆସୁଛନ୍ତି ଏବଂ ଏହି ସମ୍ମାନଜନକ ଆଖ୍ୟା ପାଇବାକୁ ମୋତେ ଭୋଟ୍ ଦେଇଛନ୍ତି । ମୋର ସ୍ୱପ୍ନକୁ ବାସ୍ତବରେ ପରିଣତ କରିଥିବାରୁ ଧନ୍ୟବାଦ। “

Get real time updates directly on you device, subscribe now.