fbpx
BJD
BJD SKY
BJD SKY

ଟ୍ରେନ୍ ଆଗରେ ଦୌଡ଼େ ଡାୟନ୍! ଷ୍ଟେସନକୁ ଦିନରେ ବି କେହି ଯାଆନ୍ତି ନାହିଁ, ୫୨ ବର୍ଷ ପୂର୍ବେ…

ନୂଆଦିଲ୍ଲୀ: ସତରେ କ’ଣ ଭୂତ ଅଛନ୍ତି କି ନାହିଁ? ଏହା ଏକ ସାଧାରଣ ପ୍ରଶ୍ନ ହୋଇଥିବା ବେଳେ ସମସ୍ତ ମୁହଁରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଶୁଣିବାକୁ ମିଳିଥାଏ । ପ୍ରକୃତରେ ଭୂତ ଅଛନ୍ତି କି ନାହିଁ, ତାହା କେହି ବି ସ୍ପଷ୍ଟ ଭାବେ କହିପାରିବେ ନାହିଁ । କିଛି ଲୋକ ଏହାକୁ ଅନ୍ଧବିଶ୍ୱାସ ମାନୁଥିବା ବେଳେ କିଛି ଲୋକେ ଭୂତ କିମ୍ବା ଏହା ସହ ଜଡ଼ିତ ଭୟାନକ ଦୃଶ୍ୟ ଦେଖିଥିବା କହିଛନ୍ତି । ଅନେକ ଥର କିଛି ଖାସ୍ ସ୍ଥାନକୁ ନେଇ ଏକ ବିଶ୍ୱାସ ସୃଷ୍ଟି ହୋଇଯାଏ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ ।

ଏହିପରି ଏକ ମାମଲା ରେଳ ଷ୍ଟେସନ ସହିତ ଜଡ଼ିତ ରହିଛି । ଏହି ରେଳ ଷ୍ଟେସନକୁ ନେଇ ଅନେକ ଭୟଙ୍କର କାହାଣୀ ବେଶ୍ ପ୍ରସିଦ୍ଧ ହୋଇଛି । ଏହି କାରଣ ଯୋଗୁଁ ଗତ କିଛି ବର୍ଷ ଧରି ସେଠାକୁ କେହି ଯିବା ଆସିବା କରୁନାହାଁନ୍ତି । ଖାସ୍ କରି ସେହି ଷ୍ଟେସନରେ ଟ୍ରେନ୍ ବି ରୁହେନି । ରେଲୱେ ନିଜ କର୍ମଚାରୀଙ୍କୁ ହଟାଇ ଷ୍ଟେସନକୁ ବନ୍ଦ କରିଦେଇଛି । ଷ୍ଟେସନରେ ରେଲୱେର କାମ ହୋଇଥାଏ, କିନ୍ତୁ ଗଣତିରେ ଆଉ ଏହି ଷ୍ଟେସନ ନାହିଁ ।

ଏହି ଷ୍ଟେସନ ପଶ୍ଚିମବଙ୍ଗ ରାଜ୍ୟର ପୁରୁଲିଆ ଜିଲ୍ଲାରେ ରହିଛି । ଷ୍ଟେସନର ନାମ ବେଗୁନକୋଦର ଓ ଏହା ରେଳବାଇ ଦ୍ୱାରା ୧୯୬୦ ମସିହାରେ ନିର୍ମିତ ହୋଇଥିଲା । କିନ୍ତୁ ଦାବି କରାଯାଉଛି କି, ଯେତେବେଳେ ଏହି ଷ୍ଟେସନ ନିର୍ମାଣ କରାଯାଉଥିଲା, ସେତେବେଳେ ଭୂତ-ପ୍ରେତମାନଙ୍କ ଛାୟା ଦେଖାଦେଇଥିଲା । ସେଠାରେ ପୋଷ୍ଟିଂ ହୋଇଥିବା ଷ୍ଟେସନ ମାଷ୍ଟର ଭୂତ ଦେଖିଥିବା ସୂଚନା ଦେଇଥିଲେ, କିନ୍ତୁ ତାଙ୍କ କଥା ଉପରେ କେହି ଧ୍ୟାନ୍ ଦେଇନଥିଲେ ।

କିଛି ସମୟ ପରେ ଷ୍ଟେସନ ମାଷ୍ଟରଙ୍କ ସରକାରୀ ବାସଭବନରୁ ସମସ୍ତ ପରିବାର ସଦସ୍ୟଙ୍କ ମୃତଦେହ ମିଳିଥିଲା । ଏହା ପରେ ରେଳବାଇ ଓ ପ୍ରଶାସନର ଟିମ୍ ସେଠାରେ ପହଞ୍ଚିଥିଲେ ଓ ଷ୍ଟେସନକୁ ବନ୍ଦ କରିଦେଇଥିଲେ । କେବଳ ଏତିକି ନୁହେଁ, ସମସ୍ତ କର୍ମଚାରୀଙ୍କୁ ଅନ୍ୟ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଥିଲା ।

ସେବେଠାରୁ ଏହି ଷ୍ଟେସନଟି ଜନଶୂନ୍ୟ ହୋଇ ପଡ଼ିଛି । କୋଠାଟି ଧ୍ୱଂସାବଶେଷରେ ପରିଣତ ହୋଇଛି । ଲୋକମାନେ ଦାବି କରନ୍ତି ଯେ, ଏବେ ବି ଷ୍ଟେସନରେ ଭୂତ ଦେଖାଦେଉଛି ଏବଂ ଷ୍ଟେସନରେ ଟ୍ରେନ୍ ଆସିବା ପୂର୍ବରୁ ସକ୍ରିୟ ହେଉଛି । ଦାବି କରାଯାଇଛି ଯେ, ଅନେକ ଥର ଧଳା ପୋଷାକ ପିନ୍ଧିଥିବା ବ୍ୟକ୍ତି ଟ୍ରେନ୍ ଆଗରେ ଦୌଡ଼ନ୍ତିି ଏବଂ ଟ୍ରେନ୍ ନିକଟରେ ପହଞ୍ଚିବା ମାତ୍ରେ ଅଦୃଶ୍ୟ ହୋଇଯାଆନ୍ତି । ତେବେ ଏହି ଦାବିରେ କେତେ ସତ୍ୟତା ଅଛି ତାହା ଜଣା ପଡିନାହିଁ ।

Get real time updates directly on you device, subscribe now.