fbpx
BJD
BJD SKY
BJD SKY

(Video) ‘ଯୌନସୁଖ’ ଚକ୍କରରେ ପ୍ରାଇଭେଟ ପାର୍ଟରେ ଫସିଗଲା ୨ କିଲୋର ଡମ୍ବଲ, ହାତ ପୁରାଇ ବାହାର କଲେ ଡାକ୍ତର

ନୂଆଦିଲ୍ଲୀ: ଦୁନିଆରେ ସବୁବେଳେ କିଛି ନା କିଛି ଅଜବ ଘଟଣା ଘଟିବାରେ ଲାଗିଛି । ଅନେକ ଥର ଏପରି କିଛି ଘଟଣା ସାମ୍ନାକୁ ଆସିଥାଏ, ଯାହାକୁ ବିଶ୍ୱାସ କରିବା ବି ଅସମ୍ଭବ ହୋଇପଡେ । ସେହିପରି ନିକଟରେ ବ୍ରାଜିଲରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିବା ପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ସେଠାରେ ଜଣେ ବ୍ୟକ୍ତିଙ୍କ ପ୍ରାଇଭେଟ ପାର୍ଟରେ ଫସିଯାଇଥିଲା ଡମ୍ବଲ, ଯାହାର ଓଜନ ୨ କେଜି ହେବ ବୋଲି ଜଣାପଡିଛି । ବ୍ୟକ୍ତିର ଅବସ୍ଥା ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇପଡିଥିଲେ । ତେବେ ଆସନ୍ତୁ ଜାଣିବା କ’ଣ ଥିଲା ଘଟଣା…

ରିପୋର୍ଟ ହିସାବରେ, ୫୪ ବର୍ଷର ଜଣେ ବ୍ୟକ୍ତି ଯନ୍ତ୍ରଣା ହେଉଛି କହି ମେଡିକାଲରେ ପହଞ୍ଚିଥିଲେ । ଯନ୍ତ୍ରଣା କାରଣରୁ ତାଙ୍କ ଅବସ୍ଥା ଅଧିକ ବିଗିଡ଼ିଯାଇଥିଲା । ପ୍ରଥମେ ମାମଲା କ’ଣ ବୋଲି ଡାକ୍ତରଙ୍କୁ ଜଣାପଡିନଥିଲା । କିନ୍ତୁ ଯେବେ ବ୍ୟକ୍ତିର ଏକ୍ସରେ କରାଯାଇଥିଲା, ସେବେ ସମସ୍ତଙ୍କୁ ଝଟକା ଲାଗିଥିଲା । କାରଣ ବ୍ୟକ୍ତିଙ୍କ ରେକ୍ଟମରେ ଗୋଟିଏ ଡମ୍ବଲ ଫସିଥିଲା, ଯାହାକି ୨୦ ସେଣ୍ଟିମିଟର ଲମ୍ବା ଥିଲା । ସେହି ଡମ୍ବଲର ଓଜନ ୨ କେଜି ଥିବା କୁହାଯାଉଛି । ପ୍ରଥମେ ବ୍ୟକ୍ତି ଜଣକ ନିଜେ ଡମ୍ବଲକୁ କାଢ଼ିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହୋଇନଥିଲେ ।

ଯନ୍ତ୍ରଣା ବଢ଼ିବାରୁ ବ୍ୟକ୍ତି ଜଣକ ମେଡିକାଲରେ ପହଞ୍ଚିଥିଲେ । ଡାକ୍ତରମାନେ ହାତରେ ଡମ୍ବଲ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ । ଡାକ୍ତରଙ୍କ ଏକ ଟିମ୍ କଠିନ ପରିଶ୍ରମ କରି ଡମ୍ବଲକୁ ବାହାର କରିଥିଲେ । କୁହାଯାଉଛି ଯେ, ଯୌନ ସୁଖ ଚକ୍କରରେ ବ୍ୟକ୍ତିଜଣକ ଏପରି କାଣ୍ଡ ଘଟଣାଇଥିଲେ । ପ୍ରାୟ ୩ ଦିନ ଯାଏ ସେ ହସ୍ପିଟାଲରେ ରହିଥିଲେ ଓ ଏହାପରେ ଡିସଚାର୍ଜ ହୋଇଥିଲେ । ବର୍ତ୍ତମାନ ଏହି ଅଜବ ଘଟଣା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.