fbpx
BJD
BJD SKY
BJD SKY

ଚାଷଜମିରେ ନିଆଁ ଲଗାଇ ପାରିବେ ନାହିଁ କୃଷକ, ନିୟମ ନ ମାନିଲେ ୧୫ ହଜାର ଜରିମାନା

ନୂଆଦିଲ୍ଲୀ: ଅନେକ ସମୟରେ କିଷାନମାନେ ନିଜ ଜମିରେ ନିଆଁ ଲଗାଇଥାନ୍ତି । ଜମିରେ ପଡ଼ି ରହିଥିବା ଫସଲର ଅବଶେଷକୁ ପୋଡ଼ିବା ଦ୍ୱାରା ଜମିକୁ ସାର ମିଳିଥାଏ ବୋଲି କିଛି କୃଷକଙ୍କର ଧାରଣା ଥାଏ । ତେବେ ଏଣିକି କୃଷକମାନେ ଆଉ ଜମିରେ ନିଆଁ ଲଗାଇ ପାରିବେ ନାହିଁ । ଜମିରେ ଫସଲକୁ ପୋଡ଼ିଲେ ୨୫୦୦ରୁ ୧୫,୦୦୦ ପର୍ଯ୍ୟନ୍ତ ଜରିମାନା ଲାଗୁହେବ । ୨ ଏକର ଜମି ପାଇଁ ୨୫୦୦ ଟଙ୍କା, ୫ ଏକର ପାଇଁ ୫୦୦୦ ଟଙ୍କା ଓ ୫ ଏକରରୁ ଅଧିକ ଜମି ପାଇଁ ୧୫ ହଜାର ଜରିମାନା ଲାଗୁ ହେବ । ମଧ୍ୟପ୍ରଦେଶ ସରକାର ନିକଟରେ କୃଷକଙ୍କ ପାଇଁ ଏହି କଠୋର ଆଇନ ପ୍ରଣୟନ କରିଛନ୍ତି ।

ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଫସଲର ଅବଶେଷ ଜଳାଇବା ଦ୍ୱାରା ସେଥିରୁ ନିର୍ଗତ ଧୂଆଁରେ ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ । ଏଥିସହିତ ଜୈବ ବିବିଧିତା ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଥାଏ । ଗହମ ଚାଷୀମାନେ ଫସଲକୁ କାଟିବା ପାଇଁ କମ୍ବାଇନ ହାର୍ଭେଷ୍ଟରର ବ୍ୟବହାର କରିଥାନ୍ତି । ଏହି ମେଶିନ ଦ୍ୱାରା ଫସଲର ଉପର ଭାଗ ସହଜରେ କଟିଯାଉଥିବଳେ ବେଳେ ମୂଳ ଭାଗ ଜମିରେ ରହିଯାଇଥାଏ । ଫଳରେ ଉକ୍ତ ଅବଶେଷକୁ କିଷାନମାନେ ଜମିରେ ଜଳାଇ ଦେଇଥାନ୍ତି । ଏହାଦ୍ୱାରା ଜମିର ଉତ୍ପାଦକତା ହ୍ରାସ ପାଇବା ସହ ଉର୍ବରତା ବୃଦ୍ଧିକାରୀ ଅନେକ ଜୀବ ମଧ୍ୟ ମରିଯାଇଥାନ୍ତି ।

ଏନେଇ କୃଷି ବିଭାଗ ଡେପୁଟି ଡାଇରେକ୍ଟର କହିଛନ୍ତି ଯେ, ଫସଲର ଅବଶେଷ ଜଳାଇବା ସମୟରେ ତାପମାତ୍ରା ୬୦-୬୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ । ଫଳରେ ଜମିର ମାଟିରେ ରହିଥିବା ଅନେକ ଜୀବ ପ୍ରାଣ ହରାଇଥାନ୍ତି । ଯଦି କୃଷକମାନେ ଫସଲର ଅବଶେଷକୁ ସଠିକ୍ ଉପାୟରେ ଉପଯୋଗ କରିବେ, ତେବେ ତାହା କ୍ଷେତର ଉର୍ବତା ବଢ଼ାଇାରେ ସହାୟକ ହେବ ।

Get real time updates directly on you device, subscribe now.