fbpx
BJD
BJD SKY
BJD SKY

ଭାରତରେ ପୁଣି ମୁଣ୍ଡ ଟେକିଲା କରୋନା: ୨୪ ଘଣ୍ଟାରେ ୯୦% ବଢ଼ିଲା ପଜିଟିଭ୍ ରେଟ୍ (Video)

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଲାଣି । ଦିନକରେ ୯୦ ପ୍ରତିଶତ ପଜିଟିଭ ରେଟ ବଢିବା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଗତ ୨୪ ଘଣ୍ଟା ଭିତରେ ଭାରତରେ କରୋନାର ୨୧୮୩ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ସହ ଦିନରେ ୨୧୪ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକି ପୂର୍ବଦିନ ଅପେକ୍ଷା ୯୦ ପ୍ରତିଶତ ଅଧିକ ।

ଦେଶର କିଛି ସହରରେ ସଂକ୍ରମଣ ଅଧିକ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେମିତିକି ଦିଲ୍ଲୀ, ହରିୟାଣା, ୟୁପି, କେରଳ ଓ ମହାରଷ୍ଟ୍ରରେ ସଂକ୍ରମଣରେ ଅସ୍ୱାଭାବିକ ବୃଦ୍ଧି ଦେଖାଯାଇଛି । ଗତ କିଛିି ମାସ ଧରି କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବାରୁ ଲୋକେ ଆଶ୍ୱସ୍ତି ମନେ କରୁଥିଲେ । କିନ୍ତୁ ଏବେ ପୁଣି ସଂକ୍ରମଣ ବଢିବା ଚିନ୍ତାର କାରଣ ପାଲଟିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ପଜିଟିଭ ସଂଖ୍ୟା ୪ କୋଟି ୨୫ ଲକ୍ଷ ୧୦ ହଜାର ୭୭୩ କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ ୧୧ ହଜାର ୫୪୨ ରହିଛି । ସେହିପରି ରିକଭରି ରେଟ ୯୮.୭୬ ପ୍ରତିଶତ ରହିଛି । ରବିବାର ଭାରତରେ ୧୧୫୦ ନୂଆ କୋଭିଡ ମାମଲା ରେକର୍ଡ ହୋଇଥିଲା । ବର୍ତମାନ ଭାରତରେ ୧୮୬.୫୪ କୋଟି ଟିକାକରଣ ମଧ୍ୟ ସରିଛି ।

ଗତ ବର୍ଷ ସଂକ୍ରମିତଙ୍କ ସଂଖ୍ୟା ମେ ମାସରେ ଦୁଇ କୋଟି ଓ ୨୩ ଜୁନ ୨୦୨୧ରେ ତିନି କୋଟି ପହଞ୍ଚିଥିଲା । ମୋଟାମୋଟି ଦେଖିବାକୁ ଗଲେ ଭାରତରେ ଏ ପର୍ଯ୍ୟନ୍ତ କରୋନାରେ ୫ ଲକ୍ଷ ୨୧ ହଜାର ୯୬୫ ଜଣଙ୍କର ମୃତ୍ୟୁ ହୋଇସାରିଛି ଏବଂ ମୋଟ କରୋନା କେସ ୪ କୋଟି ୩୦ ଲକ୍ଷ ୪୪ ହଜାର ୨୮୦ ରହିଛି । ଏବେ କୋଭିଡ କଟକଣା ପୁରା କୋହଳ କରାଯାଇଥିବା ବେଳେ ସମସ୍ତେ ଏହାର ଫାଇଦା ଉଠାଉଛନ୍ତି । କେହି ବି ସଠିକ ଭାବରେ ଏହାକୁ ମାନୁ ନଥିବା ମଧ୍ୟ ପରିଲକ୍ଷିତ ହେଉଛି । କାହା ମୁହଁରେ ମାସ୍କ ନଥିବା ବେଳେ ଲୋକମାନେ ସାମାଜିକ ଦୂରତା ବି ଆଉ ପାଳନ କରୁନାହାନ୍ତି । ଯେଉଁଥିପାଇଁ ସଂକ୍ରମଣ ପୁଣି ବଢିବାରେ ଲାଗିଛି ।

Get real time updates directly on you device, subscribe now.