fbpx
BSKY
BJD SHG SKY
BJD YOUTH SKY

ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ବଦଳାଇଲେ ସରକାର, ଜାଣନ୍ତୁ କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ଆଜି ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର । ନିଷ୍ପତ୍ତି ପରିବର୍ତ୍ତନ ନେଇ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି । ପୂର୍ବଭଳି କଲେଜଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଚାଲୁ ନିଷ୍ପତ୍ତି ନିଆଯାଇଥିବା ନେଇ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ତେବେ ସେଲ୍ଫ ଫାଇନାନ୍ସିଂ କୋର୍ସ କାଟଛାଣ୍ଟ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଥିଲା । ମାତ୍ର ୨୦% ପିଲାଙ୍କୁ ସେଲ୍ଫ ଫାଇନାନ୍ସିଂରେ ନେବାକୁ ନିର୍ଦ୍ଦେଶ ଥିଲା । ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ସେଲ୍ଫ ଫାଇନାନ୍ସିଂ କୋର୍ସ ଉପରେ ଅଙ୍କୁଶ ଲଗାଇବାକୁ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସେଲ୍ଫ ଫାଇନାନ୍ସିଂ କୋର୍ସ ପାଇଁ ସିଟ୍ ୨୦ ପ୍ରତିଶତରେ ସୀମିତ ରଖିବା ନେଇ କୁଳାଧିପତିଙ୍କ ସଚିବାଳୟରୁ ନିର୍ଦ୍ଦେଶନାମା ଜାରି ପରେ ଘରୋଇ ଶିକ୍ଷାନୁଷ୍ଠାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହା କରାଯାଇଥିବା ଅଭିଯୋଗ ହୋଇଥିଲା । ଏଭଳି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀଙ୍କ ସହ କୁଳପତିମାନେ ବି ଅସନ୍ତୋଷ ପ୍ରକାଶ କରିଥିଲେ । ତେଣେ ନିଷ୍ପତ୍ତି ପରିବର୍ତ୍ତନ କରାନଗଲେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଥିଲା ଛାତ୍ର କଂଗ୍ରେସ ।

Get real time updates directly on you device, subscribe now.