fbpx
BJD
BJD SKY
BJD SKY

ପ୍ରିୟଙ୍କାଙ୍କ ତୂଳୀରେ ଝଲକିଲେ ସଂଗୀତଜ୍ଞ ପ୍ରଫୁଲ୍ଲ କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ନାହାନ୍ତି କମଳ ଦେଶର ରାଜକୁମାର । କିମ୍ବଦନ୍ତୀ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଡ. ପ୍ରଫୁଲ୍ଲ କରଙ୍କ ଗତକାଲି ଦେହାନ୍ତ ହୋଇଛି । ରବିବାର ରାତ୍ରିରେ ସେ ଭୁବନେଶ୍ୱର ସତ୍ୟନଗର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପୁଅ ମହାଦୀପ କର ସୂଚନା ଦେଇଥିବା ବେଳେ ବିଶିଷ୍ଟ ସଂଗୀତଜ୍ଞମାନେ ସଂଗୀତ ଦୁନିଆ ପ୍ରତି ତାଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ପହଞ୍ଚାଇଛି ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଣୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଧ୍ର ପ୍ରଧାନ ଆଦି ବରିଷ୍ଠ ରାଜନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏହି ଅବସରରେ କଳାକାର ପ୍ରିୟଙ୍କା ସାହାନୀ ନିଜ ରଙ୍ଗତୂଳୀରେ ଆଙ୍କିଛନ୍ତି ପଦ୍ମଶ୍ରୀ ପ୍ରଫୁଲ୍ଲ କୁମାରଙ୍କ ଛବି, ଯାହା ତାଙ୍କ ପ୍ରତି ଥିବା ସ୍ନେହ, ପ୍ରେମକୁ ଦର୍ଶାଉଛି । ସେ ଏକ ଫୁଲଦାନୀରେ ଯାଦୁଗରୀ ସଙ୍ଗୀତଜ୍ଞ ଚିତ୍ର ଆଙ୍କିଛନ୍ତି, ଯାହାକି ଅତି ଜୀବନ୍ତ ଲାଗୁଛି । ନିଜ ରଙ୍ଗର ତୂଳୀ ମାଧ୍ୟମରେ ସେ ପ୍ରଫୁଲ୍ଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ତେବେ ତେବେ ୧୬ ଫେବୃଆରୀ ୧୯୩୯ରେ ପ୍ରଫୁଲ୍ଲ କର ପୁରୀରେ ଜନ୍ମ ଗ୍ରହଣ କରିଥିଲେ । ସେ ୭୦ଟି ଓଡିଆ ୪ଟି ବେଙ୍ଗଲୀ ଫିଲ୍ମ ପାଇଁ କରିଥିଲେ କଣ୍ଠଦାନ । ବିଭିନ୍ନ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ପ୍ରଫୁଲ୍ଲ କର । ସଙ୍ଗୀତ କ୍ଷେତ୍ରରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ସେ ୨୦୧୫ରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ଆଇନରେ ସ୍ନାତକ କରିଥିଲେହେଁ ସଙ୍ଗୀତକୁ ସେ ନିଜର ପେସା କରିଥିଲେ । ତାଙ୍କର ଯାଦୁଗରୀ ସ୍ୱର ସାଙ୍ଗକୁ ସଙ୍ଗୀତର ଭଲ ବୁଝାମଣା ତାଙ୍କୁ ଖୁବ୍ କମ୍ ସମୟରେ ଜଣେ ଖାତନାମା ସଙ୍ଗୀତଜ୍ଞ ଭାବେ ପରିଗଣିତ କରିପାରିଥିଲା । ସୃଜନର ଏକାଧିକ ଧାରାରେ ପାଦ ଥାପିଥିଲେ ପ୍ରଫୁଲ୍ଲ । ମହାପ୍ରଭୁ ଜଗନ୍ନାଥଙ୍କ ବହୁ ଲୋକପ୍ରିୟ ଭଜନ ତାଙ୍କ କଣ୍ଠ ନିସୃତ । ଏହାବାଦ୍ ୨୦୦୪ରେ ସମ୍ମାନଜନକ ଜୟଦେବ ପୁରସ୍କାର, ୨୦୦୯ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଏବଂ ୨୦୧୬ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡିଲିଟ୍ ତାଙ୍କୁ ମିଳିଛି । ସାହିତ୍ୟ ସର୍ଜନା, ବିଶେଷ କରି ଜଣେ ସମ୍ଭକାର ଭାବେ ସେ ପରିଚିତ ଥିଲେ ।

Get real time updates directly on you device, subscribe now.