fbpx
BSKY SKY
BSKY SKY

ପୁଅର ଜିଦ୍ ପାଇଁ ଗର୍ଭବତି ହେଲେ ମହିଳା, ଦିନରୁ ରାତି ଯାଏଁ ବାଥରୁମ ଯିବାକୁ ହେଉ ନଥିଲା ସମୟ

BSKY

ମା ହେବା ମହିଳା ମାନଙ୍କ ପାଇଁ ଏକ ଖୁସି ଅନୁଭବ । ଜନ୍ମ ପୁର୍ବରୁ ମା ତାର ଗର୍ଭରେ ଗୋଟିଏ ଶିଶୁର ଯତ୍ନ ନେଇଥାଏ । ପିଲାଟିର ଜନ୍ମ ପରେ ତାର ଲାଳନ ପାଳନ କରି ତାକୁ ବଡ଼ କରିଥାନ୍ତି । ଗୋଟିଏ ଶିଶୁର ଯତ୍ନ ନେବା ଜଣେ ମାର ହାଲତ ଖରାପ କରି ଦେଇଥାଏ । ଏଭଳି ପରିସ୍ଥିତିରେ ଜଣେ ମହିଳା ୪ଜଣ ଶିଶୁଙ୍କର ଲାଳନ ପାଳନ ଏକା ସାଙ୍ଗରେ କରିଛନ୍ତି । ତେବେ ଆପଣ ଚିନ୍ତା କରୁଥିବେ ଯେ ଜଣେ ମହିଳା ଏକାକୀ ଏତେ ଗୁଡ଼ିଏ କାମ କିପରି କରିଲେ ।

ସୋସିଆଲ ମିଡିଆରୁ ମିଳିଥିବା ଖବର ଅନୁଯାୟୀ ନିଉୟୋର୍କରେ ରହୁଥିବା ବ୍ୟକ୍ତି ଏହି ବିଷୟରେ ତାଙ୍କର କାହାଣୀ କହିଛନ୍ତି । ଏହି ଖବର ମୁତାବକ ୪୦ ବର୍ଷିୟ ଟ୍ରେସୀ କହିଛନ୍ତି ଯେ ସେ ତାଙ୍କର ଏକମାତ୍ର ପୁଅ ଏବଂ ସ୍ୱାମୀଙ୍କ ସହିତ ବହୁତ୍ ଖୁସି ଥିଲେ । ଏହି ସମୟରେ ତାଙ୍କର ପୁଅ ପରିବାରକୁ ଆଗକୁ ବଢାଇବାକୁ ଜିଦ୍ ଧରିଥିଲେ । ତେଣୁ ଟ୍ରେସୀ ସରୋଗେରେଟ ମଦର ସାହାଯ୍ୟରେ ଆଉ ଏକ ପିଲା ଜନ୍ମ କରିବାର ପ୍ଲାନିଂ କରିଥିଲେ । ତେବେ ଆଗକୁ କଣ ଘଟିବାକୁ ଯାଉଥିଲା ତାହା ତାଙ୍କୁ ଜଣା ନଥିଲା ।

ଏହା ପରେ ଟ୍ରେସୀ ପୁଅର ଇଚ୍ଛାକୁ ପୁରଣ କରିବା ପାଇଁ ଏକ ସରୋଗେରେଟ ମଦର ଠିକ କରି, ତାଙ୍କ ସହିତ କାଗଜ ପତ୍ର କାମ ସାରିଦେଲେ । ତେବେ ଯେଉଁଦିନ ଟ୍ରେସୀ ଫାଇନାଲ ପେପରରେ ସାଇନ୍ କଲେ, ସେହିଦିନ ହିଁ ତାଙ୍କୁ ଜଣା ପଡିଲା ଯେ ସେ ନିଜେ ଗର୍ଭବତୀ ଅଛନ୍ତି । ଏହା ପରେ ଟ୍ରେସୀ ଗୋଟିଏ ଝିଅକୁ ଜନ୍ମ ଦେଇଥିବା ବେଳେ, ସରୋଗେଟ ମଦର ଜଣ ଦୁଇ ଜାଅାଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ । ତେବେ ଏତିକିରେ ଟ୍ରେସୀଙ୍କ ପାଇଁ ସପ୍ରାଇଜ ଶେଷ ହୋଇ ନଥିଲା । ତିନି ଶିଶୂଙ୍କୁ ଘରକୁ ଆଣିବା ପରେ ତାଙ୍କ ପାଇଁ ଆଉ ଏକ ସପ୍ରାଇଜ ଆସି ପହଁଞ୍ଚିଥିଲା।

ତିନି ଶିଶୁଙ୍କୁ ନେଇ ଘରକୁ ଫେରିବା ପରେ ଟ୍ରେସୀଙ୍କୁ ପୁଣି ଜଣା ପଡିଥିଲା ଯେ ସେ ପୁଣି ଗର୍ଭବତୀ ହୋଇଛନ୍ତି ବୋଲି । ଏଥର ସେ ଆଉ ଏକ ପୁଅକୁ ଜନ୍ମ ଦେଇଥିଲେ । କିନ୍ତୁ ଏଥର ମାତ୍ର ୨୯ ସପ୍ତାହରେ ସେ ପିଲାଟିକୁ ଜନ୍ମ ଦେଇଥିଲେ । ଟ୍ରେସୀ ତାଙ୍କର ଗର୍ଭବତି ହେବାର ଅନୁଭବକୁ ସେୟାର କରି କହିଛନ୍ତି ଯେ କିଛି ସମୟରେ ତାଙ୍କୁ ଦିନରୁ ରାତି ପର୍ଯ୍ୟନ୍ତ ବାଥରୁମ୍ କୁ ଯିବାକୁ ମଧ୍ୟ ସମୟ ହେଉ ନଥିଲା । ତେବେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ଏହାରି ଭିତରେ ତିନି ବର୍ଷ ବିତି ଯାଇଛି । ଏଭଳି ସମୟରେ ଟ୍ରେସୀ ମାତ୍ର ୧୩ ମାସରେ ଚାରି ପିଲାଙ୍କର ମା ହୋଇ ଯାଇଥିଲେ। ଏବେ ତାଙ୍କର ମୋଟ ପାଞ୍ଚ ଛୁଆ ଅଛନ୍ତି ।

Get real time updates directly on you device, subscribe now.