fbpx
BSKY SKY
BSKY SKY

(Video)ଷ୍ଟେଜ୍‌ରେ ନାଗିନ୍ ଡ୍ୟାନ୍ସ କରୁଥିଲେ ମହିଳା, ଅଚାନକ ଷ୍ଟେଜ୍‌କୁ ଡିଆଁ ମାରିଲେ ୨ ନାଗ!

BSKY

ଓଡ଼ିଶା ଭାସ୍କର:ସୋସିଆଲ ମିଡିଆ ଦୁନିଆରେ ସବୁ ସମୟରେ କିଛି ନା କିଛି ଚର୍ଚ୍ଚାରେ ରହିଥାଏ । ସବୁଠାରୁ ଅଧିକ ଲୋକମାନେ ଡ୍ୟାନ୍ସରେ ନିଜ କ୍ରିଏଟିଭିଟି ଦେଖାଇଥାନ୍ତି । ଏହା ଏକ ଏପରି ଫିଲ୍ଡ ଯାହା ସବୁ ବୟସର ଲୋକଙ୍କୁ ପସନ୍ଦ ଆସିଥାଏ । କିଛି ଲୋକ ତ ଡ୍ୟାନ୍ସ ଆସୁ କି ନ ଆସୁ ତଥାପି ଏପରି କାରନାମା କରିଥାନ୍ତି ଯାହା ଦେଖି ଲୋକମାନେ ହସି ହସି ବେଦମ୍ ହୋଇଥାନ୍ତି । ଏବେ ଯେଉଁ ଭିଡିଓ ସାମ୍ନାକୁ ଆସୁଛି ସେଥିରେ ନାଗିନ୍ ଡ୍ୟାନ୍ସର ଅଲଗା ଚିତ୍ର ଦେଖିବାକୁ ମିଳୁଛି ।

ଭାଇରାଲ୍ ହେଉଥିବା ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ କି ଏକ ବାର୍ଥଡେ’ ପାର୍ଟିରେ ଧମାଲ ମଚାଇବାକୁ ସବୁ ଯୋଜନା ହୋଇଛି । ଦେଖିବାକୁ ମିଳୁଛି କି ଜଣେ ମହିଳା ଷ୍ଟେଜ୍‌ରେ ନାଗିନ୍ ଡ୍ୟାନ୍ସ ଆରମ୍ଭ କରୁଛନ୍ତି । ତାଙ୍କ ଡ୍ୟାନ୍ସକୁ ଦେଖି ୨ ଜଣ ଅଙ୍କଲ ଆଉ ଧୈର୍ଯ୍ୟ ଧରି ରହିପାରୁନାହାନ୍ତି । ସେମାନେ ଷ୍ଟେଜ୍ ଉପରକୁ କୁଦି ପଡୁଛନ୍ତି ଓ ଡ୍ୟାନ୍ସ ଆରମ୍ଭ କରି ଦେଉଛନ୍ତି । ଏହି ୨ ଜଣଙ୍କୁ ଦେଖି ଏପରି ଲାଗୁଛି କି ଯେପରି ନାଗିନ୍ ଡ୍ୟାନ୍ସ ଦେଖି ୨ ନାଗ ଷ୍ଟେଜ୍ ଉପରକୁ କୁଦା ମାରିଛନ୍ତି । ଏହି ଡ୍ୟାନ୍ସର ବ୍ୟାକଗ୍ରାଉଣ୍ଡରେ ମେଁ ନାଗିନ୍ ତୁ ସପେରା’ ଗୀତ ବାଜୁଛି ଓ ମହିଳା ଷ୍ଟେଜ୍‌ରେ ଧୁମ୍ ନାଚୁଛନ୍ତି । ଭିଡିଓକୁ @Hi_Itsok ର ଏକ୍ସ ହ୍ୟାଣ୍ଡେଲରେ ସେୟାର କରାଯାଇଛି । ଭିଡିଓଟି ଜୋରଦାର ଭାଇରାଲ୍ ହେବାରେ ଲାଗିଛି ।

Get real time updates directly on you device, subscribe now.