fbpx

୧,୫୦,୦୦୦ ଟଙ୍କିଆ ଚାକିରି ଖୋଜୁଛନ୍ତି କି? ତେବେ NIT ରେ ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣଙ୍କର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ପାଠ ପଢିବା ସ୍ୱପ୍ନ ପୂରଣ ହୋଇନାହିଁ, ତେବେ ଏଠାରେ କାମ କରିବାର ସ୍ୱପ୍ନ ପୂରଣ କରିପାରିବେ । ଏଥିପାଇଁ ଏନଆଇଟି ଦୁର୍ଗାପୁର ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏସନ ପ୍ରଫେସର ଏବଂ ପ୍ରଫେସର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ ୱେବସାଇଟ nitdgp.ac.inକୁ ଯାଇ ଆପ୍ଲାଏ କରିପାରିବେ । ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ଏନଆଇଟି ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ସମୁଦାୟ ୪୩ଟି ପଦବୀରେ ନିଯୁକ୍ତ କରାଯିବ । ଯଦି ଆପଣ ଏହି ପଦବୀରେ କାମ କରିବାକୁ ଚାହୁଁଛନ୍ତି ତେବେ ୩୦ ଏପ୍ରିଲ ପର୍ଯ୍ୟନ୍ତ ବା ଏହା ପୂର୍ବରୁ ଆବେଦନ କରିପାରିବେ । ପ୍ରାର୍ଥମାନେ ଏହି ପଦବୀ ପାଇଁ ଆବେଦନ କରିବା ପୂର୍ବରୁ ଦିଆଯାଇଥିବା ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ।

ଅଫିସିଆଲ ନୋଟିଫିକେସନ ଅନୁସାରେ, ଏନଆଇଟି ଦୁର୍ଗାପୁର ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏସନ ପ୍ରଫେସର ଏବଂ ପ୍ରଫେସର ପଦବୀ ପାଇଁ ପ୍ରାର୍ଥୀ ନିଯୁକ୍ତ କରୁଛନ୍ତି । ଏହି ନିଯୁକ୍ତି ମାଧ୍ୟମରେ ୪୩ଟି ପଦବୀରେ ନିଯୁକ୍ତି ଦିଆଯିବ ।

ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରୁଛନ୍ତି ଆପଣଙ୍କ ପାଖେ ଅଫିସିଆଲ ନୋଟିଫିକେସନରେ ଦିଆଯାଇଥିବା ସମ୍ବୋନ୍ଧିତ ଯୋଗ୍ୟତା ରହିବା ଆବଶ୍ୟକ । ଆବେଦନ କରୁଥିବା ବ୍ୟକ୍ତିଙ୍କ ବୟସ ସୀମା ୬୦ ବର୍ଷରୁ ଅଧିକ ନ ହୋଇଥିବା ଆବଶ୍ୟକ । ଅଧିକ ତଥ୍ୟ ପାଇଁ ଅଫିସିଆଲ ୱେବସାଇଟ ଭିଜିଟ କରନ୍ତୁ ।

Get real time updates directly on you device, subscribe now.