fbpx

Agniveer Yojna ରଦ୍ଦ-ଯୁବବର୍ଗଙ୍କୁ ୫ ହଜାର କୋଟି: କୃଷକ, ମହିଳାଙ୍କ ପାଇଁ ବିକାଶ ପ୍ରତିଶ୍ରୁତି ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି । ଯୁବବର୍ଗଙ୍କ ମଧ୍ୟରେ ଏହାକୁ ନେଇ ଖୁବ କ୍ରେଜ ରହିଥିବା ବେଳେ ଅନେକ ସମୟରେ ଏହାକୁ ବିରୋଧ କରାଯାଉଛି । ତେବେ ଆଗାମୀ ଦିନରେ ଏହି ଯୋଜନା ରଦ୍ଦ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି । ଅଗ୍ନିବୀର ଯୋଜନା ରଦ୍ଦ ହେବା ସହିତ ଯୁବଗୋଷ୍ଠୀ ଏବଂ କୃଷକମାନଙ୍କ ପାଇଁ ବଡ଼ ପଦକ୍ଷେପ ନିଆଯିବ । ଏଭଳି ଅନେକ ଯୋଜନାର ପ୍ରତିଶ୍ରୁତି ନେଇ ରାଜନୀତି ମଇଦାନରେ ଓହ୍ଲାଇଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ।

ଏବେ ସାରା ଦେଶରେ ରାଜନୀତି ମାହୋଲ ସରଗରମ ହୋଇଛି । ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳ ଏବଂ ପ୍ରାର୍ଥୀ ନିଜ ନିଜ କରାମତି ଦେଖାଉଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ କଂଗ୍ରେସ ବି ଖୁବ ଆଗରେ ରହିଛି । କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦେଶର ନାଗରିକଙ୍କ ପାଇଁ ବଡ଼ ପ୍ରତିଶ୍ରୁତି ନେଇ ଆସିଛନ୍ତି । ଭାଷଣ ସମୟରେ ପ୍ରିୟଙ୍କା କହିଛନ୍ତି ଯେ, ଯଦି ଏଥର ନିର୍ବାଚନରେ କଂଗ୍ରେସ କେନ୍ଦ୍ରକୁ ଆସେ, ତେବେ ନାଗରିକଙ୍କ ବିକାଶ ଦିଗରେ ବଡ଼ ପଦକ୍ଷେପ ନିଆଯିବ । ଦାୟିତ୍ୱ ନେବା ପରେ ସର୍ବପ୍ରଥମେ କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନାକୁ ରଦ୍ଦ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରିୟଙ୍କା । ଏହାବ୍ୟତୀତ ଆହୁରି କିଛି ନିଜ ପ୍ରତିଶ୍ରୁତି ମାଧ୍ୟମରେ ସେ ଅନେକ ଗୁଡ଼ିଏ ଘୋଷଣା ମଧ୍ୟ କରିଛନ୍ତି ।

ବିଭିନ୍ନ ପରୀକ୍ଷାରେ ବଢୁଥିବା ପେପର ଲିକ୍ ମାମଲା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରିୟଙ୍କା ଗାନ୍ଧୀ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି କେନ୍ଦ୍ର ସରକାରରେ ୩୦ ଲକ୍ଷ ଖାଲି ପଦବୀ ମଧ୍ୟ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି । କୃଷି ଏବଂ କୃଷକମାନଙ୍କ ସହ ଜଡ଼ିତ ବିଭିନ୍ନ ଜିନିଷକୁ ଜିଏସଟିରୁ ବାଦ୍ ଦେବ କଂଗ୍ରେସ ସରକାର ।ତେବେ ଦେଶରେ ସବୁଠୁ ବଡ଼ ସମସ୍ୟା ପାଲଟିଥିବା ବେକାରୀ ସମସ୍ୟା ପାଇଁ ମଧ୍ୟ କଂଗ୍ରେସ ସରକାର ପଦକ୍ଷେପ ନେବ ବୋଲି ଏବେଠାରୁ ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଯୁବବର୍ଗଙ୍କୁ ଷ୍ଟାର୍ଟ-ଅପ୍ ପାଇଁ କଂଗ୍ରେସ ସରକାର ୫ ହଜାର କୋଟି ଟଙ୍କାର ଫଣ୍ଡ୍ ଯୋଗାଇ ଦେବେ ବୋଲି କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.