fbpx

Noodlesରୁ ବାହାରୁଛି କୀଟ-ପତଙ୍ଗ: ମାମଲାକୁ ନେଇ ରେଷ୍ଟୁରାଣ୍ଟରେ ଚାଞ୍ଚଲ୍ୟ

ଭୋପାଲ: ଆଜିକାଲି ଅଧିକାଂଶ ଲୋକଙ୍କ ପାଇଁ ଫାଷ୍ଟ ଫୁଡରେ ପ୍ରଥମ ପସନ୍ଦ ପାଲଟିଛି ନୁଡଲ୍ସ । କିନ୍ତୁ ଏହି ନୁଡଲ୍ସ ଶରୀର ପକ୍ଷେ କେତେ ଲାଭଦାୟକ, ତାହା ଖୁବ କମ୍ ଲୋକ ଜାଣିଥାନ୍ତି । ତେବେ ଅନେକ ସମୟରେ ଏହି ନୁଡଲ୍ସରୁ ବିଭିନ୍ନ ପ୍ରଜାତିର କୀଟପତଙ୍ଗ ବାହାରୁଥିବାର ଦେଖିବାକୁ ମିଳିଛି । ଯାହାର ଉଦାହରଣ ବର୍ତ୍ତମାନ ମଧ୍ୟପ୍ରଦେଶର ସିହୋର ଅଞ୍ଚଳରେ ଦେଖିବାକୁ ମିଳିଛି । ଏହାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ୟୁଜରମାନେ ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି ।

ସୂଚନା ଅନୁସାରେ, ସ୍ଥାନୀୟ ମଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ରେଷ୍ଟୁରାଣ୍ଟରେ ଜଣେ ଗ୍ରାହକ ନୁଡଲ୍ସ ଅର୍ଡର କରିଥିଲେ । କିନ୍ତୁ ତାଙ୍କ ଖାଦ୍ୟ(ନୁଡଲ୍ସ)ରେ କୀଟ ବାହାରିଥିବାର ଦେଖାଯାଇଛି । ତେବେ ନୁଡଲ୍ସରେ ଏଭଳି ପରିସ୍ଥିତି ଦେଖି ଗ୍ରାହକ ଏହାର ଭିଡିଓ ରେକର୍ଡ କରିଛନ୍ତି । ଏହାପରେ ମାମଲାକୁ ନେଇ ଖାଦ୍ୟ ବିଭାଗରେ ଅଭିଯୋଗ କରାଯାଇଛି । ତେବେ ଖାଦ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ରେଷ୍ଟୁରାଣ୍ଟର ଯାଞ୍ଚ କରିଛନ୍ତି । ଖାଦ୍ୟ ନିୟମ ଅନୁସାରେ, ଯେଉଁ ବ୍ୟବସ୍ଥା ରହିବା ଉଚିତ, ସେସବୁ ଉପରେ ଯାଞ୍ଚ କରାଯାଇଥିଲା । ଏହାସହିତ ଖାଦ୍ୟ ବିଭାଗ ତରପରୁ ନୁଡଲ୍ସର ନମୁନା ସଗ୍ରହ କରାଯାଇଛି ଏବଂ ଯାଞ୍ଚ ପାଇଁ ଭୋପାଲ ଲ୍ୟାବକୁ ପଠାଯାଇଛି ।

ଏଥିସହିତ, ଯାଞ୍ଚ ସମୟରେ ଖାଦ୍ୟ ବିଭାଗର ଟିମ୍ ରେଷ୍ଟୁରାଣ୍ଟର ବ୍ୟବସ୍ଥା ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି । ନୁଡଲ୍ସର ନମୁନା ନିଆଯାଇ ପରୀକ୍ଷା ପାଇଁ ପଠାଯିବା ସହ ରେଷ୍ଟୁରାଣ୍ଟ ଯାଞ୍ଚ କରାଯାଇଛି। ତେବେ ଏହାପରେ ଯଦି ନୁଡଲ୍ସରେ କୌଣସି ତ୍ରୁଟି ପରିଲକ୍ଷିତ ହୁଏ, ତେବେ ନିୟମ ଅନୁଯାୟୀ ରେଷ୍ଟୁରାଣ୍ଟ ମାଲିକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.