fbpx

ଅସୁସ୍ଥ ହେଲେ ସାଉଥ ସିନେ ଅଭିନେତା ସାୟାଜୀ ସିନ୍ଦେ: ଛାତି ଯନ୍ତ୍ରଣା ଯୋଗୁଁ ମେଡିକାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ ସିନେ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ବଡ଼ ଖବର । ବଲିଉଡରୁ ସାଉଥ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ନିଜର ଯାଦୁ ଅଭିନୟର ଯାଦୁ ଦେଖାଇଥିବା ସାୟାଜୀ ସିନ୍ଦେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଖଳନାୟକ ତଥା ହାସ୍ୟ ଅଭିନେତା ଭଳି ବିଭିନ୍ନ ଚରିତ୍ରରେ ସେ ନିଜ ଅଭିନୟରେ ଦର୍ଶକଙ୍କୁ ନିଜର କରିବାରେ ସଫଳ ହୋଇଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ସାୟାଜୀ ।

ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାପରେ ଖବର ପାଇ ତାଙ୍କ ପରିବାର ମଧ୍ୟ ମେଡିକାଲରେ ପହଞ୍ଚିଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକ ମାନେ ବେଶ ଦୁଃଖ ପ୍ରକାଶ କରିଛନ୍ତି । ଏପେଟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ତାଙ୍କ ସ୍ୱାସ୍ଥ୍ୟ ଉପରେ ଏକ ଅପେଡଟ୍ ଦେଇଛନ୍ତି ସାୟାଜୀ ସିନ୍ଦେ । ସେ ଲେଖିଛନ୍ତି ଯେ, ସେ ବତ୍ତର୍ମାନ ମୁଁ ସୁସ୍ଥ ଅଛନ୍ତି । ମୋତେ ଭଲପାଉଥିବା ମୋର ଶୁଭେଚ୍ଛୁ ଏବଂ ମୋ ସାଥିରେ ଅଛନ୍ତି, ଚିନ୍ତା କରିବାର କିଛି ନାହିଁ, ଧନ୍ୟବାଦ ରାହିନ୍ ଯିଏ ଶୀଘ୍ର ଆପଣଙ୍କ ମନୋରଞ୍ଜନ ପାଇଁ ଉପସ୍ଥିତ ରହିବେ ।

ସୂଚନା ଅନୁସାରେ ଅଭିନେତା ସାୟାଜୀ ସିନ୍ଦେଙ୍କ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ । ଯେଉଁଥିପାଇଁ ତାଙ୍କୁ ଗତକାଲି ମୁମ୍ବାଇର ସତାରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ଡାକ୍ତରମାନେ ଅଭିନେତା ଉପରେ ଆଞ୍ଜିଓପ୍ଲାଷ୍ଟି କରିଥିଲେ। ତେବେ ତାଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଡାକ୍ତରଖାନାରୁ ଡିସଚାର୍ଜ କରାଯାଇପାରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.