fbpx

୬୦କୋଟିରେ ଶୁଟିଂ ହେଲା ‘ପୁଷ୍ପା-୨’ର ମାତ୍ର ୬ ମିନିଟ୍‌ର ଏହି ସିନ୍‌, ଜାଣନ୍ତୁ କ’ଣ ରହିଛି ଏହି ସିନ୍‌ରେ

ଓଡ଼ିଶା ଭାସ୍କର: ଆଲ୍ଲୁ ଅର୍ଜୁନ ପୁଷ୍ପା ୨ର ଶୁଟିଂ ଶେଷ କରିବାରେ ଲାଗି ପଡିଛନ୍ତି । ତେବେ ଏହାର ଟିଜର ଜାରି ହୋଇଛି ଯେଉଁଥିରେ ଆଲ୍ଲୁଙ୍କ ଲୁକ୍ ଫ୍ୟାନ୍ସଙ୍କ ହୃଦୟ ଜିଣି ନେଇଛି । ଏହି ଫିଲ୍ମ ଅଗଷ୍ଟ ମାସରେ ପରଦାକୁ ଆସିବ । ଏହି ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଏତେ ମାତ୍ରାରେ ଉତ୍ସାହ ରହିଛି କି ଫିଲ୍ମ ରିଲିଜ୍ ନ ହୋଇ ବି ୧୬୦କୋଟି ଟଙ୍କା ରୋଜଗାର କରି ସାରିଲାଣି । ଏବେ ଖବର ଆସିଛି ଫିଲ୍ମର ନିର୍ମାତା ଏହାର ଗୋଟିଏ ସିନ୍ ଲାଗି ୬୦କୋଟି ଟଙ୍କା ଖର୍ଚ୍ଚ କରି ଦେଇଛନ୍ତି ।

ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨ ଦର୍ଶକଙ୍କୁ ସିନେମାର ଏକ ନୂଆ ଅନୁଭବ ଦେବା ନେଇ ଏହାର ନିର୍ମାତା ଦାବୀ କରିଛନ୍ତି । ଏହାକୁ ପୁରା କରିବା ପାଇଁ ମେକର୍ସ ପାଣି ପରି ପଇସା ଖର୍ଚ୍ଚ କରୁଛନ୍ତି । ଏପରିକି ଗୋଟିଏ ସିନ୍ ଶୁଟ୍ କରିବାକୁ ନିର୍ଦ୍ଦେଶକ ୬୦କୋଟି ଟଙ୍କା ଖର୍ଚ୍ଚ କରି ଦେଇଛନ୍ତି ।

ରିଲିଜ୍ ହୋଇଥିବା ପୁଷ୍ପା ୨ର ଟିଜରରେ ଆଲ୍ଲୁ ଅର୍ଜୁନଙ୍କ ଲୁକ୍‌କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତାଙ୍କ ଗେଟ୍‌ଅପ୍ ଏକ ଧାର୍ମିକ ଉତ୍ସବ ସହ ଜଡିତ ହୋଇଛି ଯାହାକୁ ‘ତିରୁପତି ଗଙ୍ଗମା ଯାତରା’ କୁହଯାଏ । ଏହି ଉତ୍ସବ ପଛରେ ମହିଳାଙ୍କୁ ସମ୍ମାନ ସହ ଜଡିତ ଏକ ବହୁତ ପୁରୁଣା କାହାଣୀ ରହିଛି । ଏହି ଟିଜରରେ ଦେଖିବାକୁ ମିଳୁଛି ଆଲ୍ଲୁ ଅର୍ଜୁନ ପୁରା ଶରୀରରେ ଗାଢ ନୀଳ ରଙ୍ଗର ବଡି ପେଣ୍ଟ ଲଗାଇଛନ୍ତି । ସେ ୱିଗ୍ ଲଗାଇଛନ୍ତି ଓ ଶାଢୀ ପିନ୍ଧିଛନ୍ତି ଓ ମହିଳାମାନେ ଆପଣାଉଥିବା ସମସ୍ତ ପାରମ୍ପରିକ ଶୃଙ୍ଗାର ବି କରିଛନ୍ତି । କୁହାଯାଉଛି ଏହି ସିନ୍ ମାତ୍ର ୬ ମିନିଟ୍‌ର କିନ୍ତୁ ଏହାକୁ ଶୁଟ୍ କରିବା ଲାଗି ୩୦ଦିନ ସମୟ ଲାଗିଛି ଓ ଏଥିପାଇଁ ନିର୍ମାତା ପୁରା ୬୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

Get real time updates directly on you device, subscribe now.