fbpx

ଖୁବ୍ ଶୀଘ୍ର ବିଶ୍ୱ ଦେଖିବ ପ୍ରଥମ Miss AI ପ୍ରତିଯୋଗିତା, ବିଜେତାକୁ ମିଳିବ ଏତିକି ଟଙ୍କାର ପୁରସ୍କାର ରାଶି

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ଦିନକୁ ଦିନ ଟେକ୍ନୋଲୋଜି କ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିଛି । ଟେକ୍ନୋଲୋଜି ଦୈନନ୍ଦିନ ଜୀବନର ଏକ ଅଂଶ ବିଶେଷ ପାଲଟିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିମଧ୍ୟରେ AI ନିଜ ସାମରାଜ୍ୟ ଧୀରେ ଧୀରେ ବିସ୍ତାର କରିବାରେ ଲାଗିଛି । ଏମିତିକି ସୋସିଆଲ ମିଡ଼ିଆରେ ମଧ୍ୟ AI ଇନଫ୍ଲୁଏନସରର ସଂଖ୍ୟା ବୃଦ୍ଧି ପାଇବାରେ ଲଗିଛି । ନିକଟରେ ମିସ୍ ୱାର୍ଲ୍ଡ ଭଳି Miss AI ପ୍ରତିଯୋଗିତା ହେବା ନେଇ ଘୋଷଣା କରାଯାଇଛି । World AI Creator Awards ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ଦୁନିଆର ପ୍ରଥମ AI ବ୍ୟୁଟି ପ୍ରତିଯୋଗିତା ହେବ ଯେଉଁଥିରେ ଉତ୍ତମ AI ମଡେଲ ଏବଂ ଇନଫ୍ଲୁଏନ୍ସରକୁ ଚୟନ କରାଯିବ ।

Miss AI ପ୍ରତିଯୋଗିତାରେ ବିଜେତାକୁ କେତେ ମିଳିବ ପୁରସ୍କାର ରାଶି ?

ୱବସାଇଟ୍ ଲିଷ୍ଟିଂ ଅନ୍ତର୍ଗତ ଏହି ପ୍ରତିଯୋଗିତାରେ ବିଜେତାକୁ ୨୦ ହଜାର ଡଲାର (ପ୍ରାୟ ୧୬.୭ ଲକ୍ଷ ଟଙ୍କା) ପୁରସ୍କାର ରାଶି ପ୍ରଦାନ କରାଯିବ । ଏପ୍ରିଲ ୧୪ରୁ ଏହି ପ୍ରତିଯୋଗିତା ପାଇଁ ଏଣ୍ଟ୍ରି ଆରମ୍ଭ ହୋଇସାରିଛି । AI ମଡେଲକୁ ପରିଚାଳିତ କରୁଥିବା ସୃଷ୍ଟିକର୍ତ୍ତା (Creator) କିଛି ସର୍ତ୍ତ ଆଧାରରେ ଏହି ପ୍ରତିଯୋଗିତା ପାଇଁ ପଞ୍ଜିକରଣ କରିପାରିବେ ।

Miss AI ପ୍ରତିଯୋଗିତାରେ କ’ଣ ରହିଛି ଚୟନ ପ୍ରକ୍ରିୟା ?

ଏହି ପ୍ରତିଯୋଗିତାରେ AI ମଡେଲର ସୁନ୍ଦରତା, ସନ୍ତୁଳନ, ଟେକ୍ନିକାଲ ସ୍କିଲ୍ସ ଏବଂ କିଛି ପ୍ରଶ୍ନର ଉତ୍ତର ଆଧାରରେ ସେମାନଙ୍କୁ ଚୟନ କରାଯିବ । ଏହା ବ୍ୟତୀତ ଜଣେ AI ମଡେଲକୁ କେତେ ଜଣ ପସନ୍ଦ କରୁଛନ୍ତି ଅର୍ଥାତ ସୋସିଆଲ ମିଡ଼ିଆରେ ସେମାନଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଆଧାରରେ ନିଷ୍ପତ୍ତି ନିଆଯିବ ।

Get real time updates directly on you device, subscribe now.