ନିଜର ଏହି ଭୁଲ୍ ଯୋଗୁଁ ଶ୍ୱାସ ବା ଆସ୍ଥମାର ଶିକାର ହେଉଛି ଯୁବ ପିଢି: ଜାଣନ୍ତୁ କାରଣ

ଓଡିଶା ଭାସ୍କର: ଲୋକଙ୍କ ଜୀବନରେ, ସୋମାନଙ୍କ ଖାଦ୍ୟ-ପେୟରେ ଓ ସେମାନଙ୍କ ଜୀବନ ଶୈଳୀରେ ଅନେକ ପ୍ରକାର ପରିବର୍ତ୍ତନ ଆସିିଛି । ତେବେ ଆମେ ଯଦି ପରିବେଶ କଥା କହିବା ସେଥିରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ପରିବେଶ ସମ୍ପୂର୍ଣ୍ଣ ରୂପେ ପ୍ରଦୂଷିତ ହୋଇସାରିଛି । ସିଗାରେଟ୍, ହୁକ୍କା ଭଳି ପଦାର୍ଥ ସେବନ ଦ୍ୱାରା ମଣିଷ ନିଜର କ୍ଷତି କରିବା ସହିତ ଆମ ଆଖପାଖ ପରିବେଶକୁ ମଧ୍ୟ ଦୂଷିତ କରୁଛି । ଯେଉଁ କାରଣରୁ ବିଭିନ୍ନ ରୋଗ ମଣିଷ ଜାତିକୁ କବଳିତ କରିବା ଉପରେ ରହିଛି । ତେବେ ଭାରତରେ ପ୍ରାୟ ୨୦ ନିୟୁତ ଲୋକେ ଶ୍ୱାସ ରୋଗରେ ପୀଡିତ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦାବି କରିଛି ।

ଶ୍ୱାସ ରୋଗର କାରଣ :

ଦେଶରୁ ବାହାରୁଥିବା ବର୍ଜ୍ୟ ବସ୍ତୁ: ଆଜିର ସମୟରେ ସହରରୁ ପ୍ରତିଦିନ ପ୍ରାୟ ଏକ ମିଲିୟନ ଟନ୍ ଆବର୍ଜନା ନିର୍ଗତ ହେଉଛି । ସେପଟେ ଏହାକୁ ନଷ୍ଟ କରିବାର ସଠିକ୍ ଉପାୟ ବର୍ତ୍ତମାନ ପର୍ଯ୍ୟନ୍ତ ବାହାରି ପାରିନାହିଁ । ତେବେ କେଉଁଠି କିଛି ଚିନ୍ତା ନକରି ଏହାକୁ ଜାଳି ଦିଆ ଯାଉଥିବା ବେଳେ ଅନେକ ସ୍ଥାନରେ ଆବର୍ଜନାର ପାହାଡ ଦେଖିବାକୁ ମିଳୁଛି । ଯାହା ଫଳରେ ଏହି ପ୍ରଦୂଷିତ ଧୂଆଁ ଦ୍ୱାରା ଆମକୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି । ଏହି କାରଣରୁ ଆମକୁ ଶ୍ୱାସ ଜନିତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ଏବଂ ଅନେକ ଲୋକେ ଶ୍ୱାସ ରୋଗର ଶିକାର ମଧ୍ୟ ହେଉଛନ୍ତି ।

ମସ୍ତିଷ୍କ ଓ ଫୁସଫସର ସଂଯୋଗ: ମଣିଷର ଫୁସଫୁସ ହୃଦୟ ଏବଂ ମସ୍ତିଷ୍କକୁ ଦୃଢ ରଖିବାରେ ସାହାଯ୍ୟ କରେ । ଯେତେବେଳେ ଆମେ ଶୁଦ୍ଧ ଅମ୍ଳଜାନ ନେଇଥାନ୍ତି ସେତେବେଳେ ଆମ ମସ୍ତିଷ୍କ ସୁସ୍ଥ ରହିଥାଏ । କିନ୍ତୁ ଯେତେବେଳେ ସିଗାରେଟ୍, ବିଡି , ହୁକ୍କା ପରି ଧୂଆଁଯୁକ୍ତ ପଦାର୍ଥ ସେବନ କରିଥାନ୍ତି, ସେତେବେଳେ ଶୁଦ୍ଧ ଅମ୍ଳଜାନ ମଧ୍ୟ ଦୂଷିତ ହୋଇଯାଏ । ଯାହା ଫଳରେ ଫୁସଫୁସ ଖରାପ ହେବା ସହ ଶ୍ୱାସ ଜନିତ ରୋଗ ମଣିଷକୁ ଗ୍ରାସ କରିନିଏ ।

ତେବେ ଏହି ଶ୍ୱାସ ରୋଗରୁ ରକ୍ଷା ପାଇବା ପାଇଁ ହେଲେ ବିଡି, ସିଗାରେଟ ଇତ୍ୟାଦି ଭଳି ଧୂଆଯୁକ୍ତ ପଦାର୍ଥରୁ ଦୂରେଇ ରହିବା ସହିତ ଅନ୍ୟାନ୍ୟ ପ୍ରଦୂଷଣରୁ ମଧ୍ୟ ନିଜକୁ ବିରତ ରଖିବା ନିହାତି ଆବଶ୍ୟକ ।