fbpx

ମୋବାଇଲ ଟାୱାର ଉପରେ ଚଢ଼ିଯାଇଛନ୍ତି ଯୁବକ; କେଉଁଠି ଜାଣନ୍ତୁ ..

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଏସଏନଏଲ ଟାୱାରରେ ଚଢିଛି ଯୁବକ । ଝାରସୁଗୁଡା ସ୍ଥିତ ଏକାତାଲି ଗାଁରେ ଥିବା ବିଏସ୍ଏନଏଲ୍ ଟାୱାରରେ ଚଢିଥିବାର ସୂଚନା ମିଳିଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କୁ ତଳକୁ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି ।

ଏପର୍ଯ୍ୟନ୍ତ ଉକ୍ତ ଯୁବକଙ୍କର ପରିଚୟ ମିଳିପାରି ନାହିଁ । ଟାୱାରରେ ଚଢି଼ଥିବାର କାରଣ ଜଣାପଡି଼ନାହିଁ । କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଟାୱାର ଉପରେ ଚଢିଥିବାର ସନ୍ଦେହ କରାଯାଉଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.