fbpx

ଭିଡିଓ: ମୁଣ୍ଡରେ ଭାର ଧରି ବାଇକ୍ ଚଲାଉଛନ୍ତି ମହିଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ଘରେ ଘରଣୀ ଥିଲେ ଘର ସୁନ୍ଦର । କିନ୍ତୁ ଅନେକ କ୍ଷେତ୍ରରେ ମହିଳାମାନେ କେଉଁ ପୁଅମାନଙ୍କ ଠାରୁ କମ୍ ନୁହନ୍ତି । ଏବେ ମହିଳାମାନେ କେବଳ ଘରେ ନୁହନ୍ତି ବାହାରେ ମଧ୍ୟ ଆଗେଇଛନ୍ତି । କିଏ ପାଠ ପଢାରେ ତ କିଏ ଚାକିରି କ୍ଷେତ୍ରରେ କିନ୍ତୁ ଏବେ ମହିଳାମାନେ ଭିନ୍ନ କାର୍ଯ୍ୟ କରିବାର ଦେଖିବାକୁ ମିଳୁଛି । ଯେପରିକି ମହିଳାମାନେ ବାଇକ୍ ଚଲାଉଛନ୍ତି ସତ ଷ୍ଟଣ୍ଟ ମଧ୍ୟ ମାରୁଛନ୍ତି । କିନ୍ତୁ ଏପରି ଏକ ଭିଡିଓରେ ଯାହା ଦେଖିବାକୁ ମିଳୁଛି ତାହା ଆଶ୍ଚର୍ଯ୍ୟଜନକ ।

ଲୋକମାନେ ଷ୍ଟଣ୍ଟ ପାଇଁ ଅନେକ ଅଭ୍ୟାସ ଓ କଠିନ ପରିଶ୍ରମ କରୁଛନ୍ତି । ନହେଲେ ଏତେ କଷ୍ଟଦାୟକ ଷ୍ଟଣ୍ଟଟି କିପରି ସମ୍ଭବ । କିନ୍ତୁ ଏଠାରେ ମହିଳା ଜଣଙ୍କ ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୈନିକ ଭାବେ ନିଜ ମୁଣ୍ଡରେ କିପରି ଟପ୍ ରଖି ବାଇକ୍ ଚଲାଉଛନ୍ତି ? ଏହା କେମିତି ସମ୍ଭବ । ଅସମ୍ଭବକୁ ମଧ୍ୟ ସମ୍ଭବ କରିଛନ୍ତି ଏହି ମହିଳା । ତାଙ୍କର ଏଭଳି କାର୍ଯ୍ୟ ଦେଖି ଲାଗୁଛି ସେ ଜଣେ ଦବଙ୍ଗ ଗାର୍ଲ । ସେ ସବୁ କାମ ଦକ୍ଷ ଅଟନ୍ତି ।

ଏହି ୪୧ ସେକେଣ୍ଡର ଭିଡିଓରେ ମହିଳା ଜଣଙ୍କ ମୁଣ୍ଡରେ ବିରାଟ ଭାରୀ ହୋଇଥିବା ଟପ୍ କୁ ଉଠାଇ ମୁଣ୍ଡରେ ବାଲାନ୍ସ କରି ଗାଡିରେ ବସୁଛନ୍ତି କେବଳ ଏତିକି ନୁହେଁ ଗାଡିରେ ବସିଥିବା ବେଳେ ଦୁଇ ହାତରେ ଦୁଇଟି ବ୍ୟାଗ ମଧ୍ୟ ଧରି ବାଇକ୍ ଚଳାଇବାର ନଜର ଆସୁଛନ୍ତି । କିନ୍ତୁ ସେ ଭୟଭୀତ ନହୋଇ ନିଖୁଣ ଭାବେ ନଦୀ ପାର ହୋଇଯାଉଛନ୍ତି । ସେ କୌଣସି ଫିଲ୍ମର ହିରୋଇନ୍ ଠାରୁ କମ୍ ନୁହନ୍ତି । ତାଙ୍କର ଏହି ଭିଡିଓଟିକୁ ଟ୍ୱିଟରରେ ଡାଃ ଅଜୟିତା ନାମକ ଜଣେ ୟୁଜର ସେଆର କରିଛନ୍ତି । ଏହା ସହ ସେ ଭିଡିଓରେ ଲେଖିଛନ୍ତି କି… ତାଙ୍କ ଭିତରେ ବହୁ ପ୍ରତିଭା ଭରି ରହିଛି ।

Get real time updates directly on you device, subscribe now.