fbpx

କୋଭିଡ ପରବର୍ତ୍ତୀ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପରାମର୍ଶ, ଜାଣନ୍ତୁ କ’ଣ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମୁକାବିଲା ଆସନ୍ତା ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଜାରି କରିଛନ୍ତି ରାଜ୍ୟ ସରକାର । ଏହା ସହ କୋଭିଡ ପରବର୍ତ୍ତୀ ସମସ୍ୟାର ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ସମସ୍ୟାର ମୁକାବିଲା ନେଇ ପ୍ରଫେସର ଜୟନ୍ତ କୁମାର ପଣ୍ଡା ପରାମର୍ଶ ଦେଇ କହିଛନ୍ତି ଯେ, ‘ କୋଭିଡରୁ ସୁସ୍ଥ ପରେ ଅବଶ ହୋଇଯିବା ଓ ନିଦ ନହେବା ସମସ୍ୟା ଦେଖାଦିଏ । ଏହା ସହ ଭୋକ କମିଯିବା, ଛାତିରେ ଯନ୍ତ୍ରଣା ହେବ, କାଶ ହେବା ଆଦି ଦେଖାଯାଏ । ସେହିପରି ଚିଡିଚିଡା, ମୁଣ୍ଡ ବିନ୍ଧିବା, କୋଷ୍ଠକାଠିନ୍ୟ, ପତଳା ଝାଡା ହୋଇଥାଏ । କୋଭିଡ ନିଶ୍ୱାସପ୍ରଶ୍ୱାସ, ଛାତି ଓ ଶ୍ୱାସନଳୀକୁ ଆକ୍ରାନ୍ତ କରିଥାଏ । ବୟସ୍କ ଓ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ପୋଷ୍ଟ କୋଭିଡ ଲକ୍ଷଣ ଆସିଥାଏ । ଲଙ୍ଗଟର୍ମ କୋଭିଡ ଥିଲେ ରୋଗୀ ଗୁରୁତର ହୁଏ ଓ ଆଇସିୟୁକୁ ଯାଇଥାଏ ।’

ତେବେ ଶିଶୁଙ୍କ କ୍ଷେତ୍ରରେ ଲଙ୍ଗ କୋଭିଡ ପ୍ରାୟତଃ କମ୍ ଦେଖାଯାଏ । ପୋଷ୍ଟ କୋଭିଡ ରୋଗୀଙ୍କଠାରେ ରୋଗ ବ୍ୟାପିବାର ଆଶଙ୍କା ନାହିଁ । ଲଙ୍ଗ କୋଭିଡରୁ ମୁକ୍ତି ପାଇଁ ସେ କେତେ ମାତ୍ରାରେ ପୀଡିତ ନିର୍ଭର କରେ । ଅଧିକ ଗୁରୁତର ଥିଲେ ଭଲ ହେବାକୁ ଅଧିକ ଦିନ ଲାଗିଥାଏ । ସାମାନ୍ୟ ବା ମଧ୍ୟମ ଆକ୍ରାନ୍ତ ଥିଲେ ଶୀଘ୍ର ଭଲ ହୋଇଯାଆନ୍ତି । ଯେଉଁମାନେ ଗୁରୁତର ହୋଇଥାନ୍ତି, ସେମାନଙ୍କ ଚିକିତ୍ସା ୧ରୁ ୩ ମାସ ଧରି ଲାଗିଥାଏ ବୋଲି କୁହାଯାଇଛି ।

Get real time updates directly on you device, subscribe now.