fbpx
BJD
BJD SKY
BJD SKY

ପତଳା ହେବା ନିଶାରେ ମୃତ୍ୟୁ ମୁଖରେ ପଡ଼ିଲେ ଯୁବତୀ: କରିଲେ ଏପରି କାମ ଓଜନ ହୋଇଗଲା ୨୫ କେଜି

BJD

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ନିଜ ଶରୀରର ମୋଟାପଣ କମାଇବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ଉପାୟକୁ ଅନୁସରଣ କରିଥାଆନ୍ତି । ସେହିପରି ଖାଦ୍ୟ ଖାଇବାରେ ନିୟନ୍ତ୍ରଣ ସହ ବିଭିନ୍ନ ଏକ୍ସରସାଇଜ କରିଥାଆନ୍ତି। ବର୍ତ୍ତମାନ ସମୟର ଯୁବପିଢୀମାନେ ପତଳା ଦେଖାଯିବା ପାଇଁ ଜିମ ଯିବା ସହ ଡାଏଟ ଓ ଯୋଗ ମଧ୍ୟ କରୁଛନ୍ତି । ତେବେ ଏହି ପରି ଜଣେ ଯୁୁବତୀ ପତଳା ଦେଖାଯିବା ପାଇଁ ଅନେକ ଚେଷ୍ଟା କରିଥିଲେ। ପତଳା ହେବାର ନିଶା ଏପରି ହୋଇଗଲା ଯେ ଯୁବତୀ ଜଣକ ବର୍ଷେ ଭିତରେ ହିଁ ନିଜର ୪୦ କିଲୋ ଓଜନ କମାଇଥିବା ଜଣା ପଡ଼ିଛି । କିନ୍ତୁ ଏହା ପରେ ସେ ଏପରି ପତଳା ହୋଇଥିଲେ ଯେ ତାଙ୍କ ଓଜନ ମାତ୍ର ୨୫ କିଲୋ ହିଁ ରହି ଯାଇଥିଲା।

୩୦ ବର୍ଷିୟା ଏହି ଯୁବତୀ ଡେଲିଭରି ପରେ ହିଁ ନିଜ ଓଜନ କମାଇବା ପାଇଁ ଡାଇଟିଙ୍ଗ ଆରମ୍ଭ କରି ଦେଇଥିଲେ । ବର୍ଷେ ଭିତରେ ହିଁ ସେ ନିଜର ଓଜନ ୬୫ କିଲୋରୁ ୨୫ କିଲୋ କରିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏକ ରିପୋର୍ଟ ଅନୁସାରେ ଚୀନର ହେବେଇ ପ୍ରାନ୍ତରେ ରହୁଥିବା ଜଣେ ଯୁବତୀ ଏପରି କରିଥିବା ସୂଚନା ମିଳିଛି । ଯୁବତୀ ନିଜର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବା ପରେ ହିଁ ଡାକ୍ତରଙ୍କ ବିନା ପରାମର୍ଶ ଡାଇଟିଙ୍ଗ ଆରମ୍ଭ କରି ଦେଇଥିଲେ । ଅତ୍ୟଧିକ ଡାଇଟିଙ୍ଗ କରିଥିବାରୁ ଯୁବତୀଙ୍କୁ ଆନୋରେକ୍ସିଆ ନରଭୋସା ନାମକ ଏକ ଇଟିଙ୍ଗ ଡିଜଅର୍ଡର ହୋଇଥିବା ଜଣା ପଡ଼ିଛି।

ଡାଇଟିଙ୍ଗ କରି ନିଜର ଓଜନ କମାଇ ଥିଲେ ମଧ୍ୟ ସେ ଶାରୀରିକ ଓ ମାନସିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସମସ୍ୟା ଏତେ ଅଧିକ ହୋଇଥିଲା ଯେ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଡାକ୍ତର ଯୁବତୀଙ୍କୁ ଇଟିଙ୍ଗ ଡିଜଅର୍ଡର ହୋଇଥିବା କହିଥିଲେ । ଏହି ଡିଜଅର୍ଡରରେ ଯୁବତୀଙ୍କ ଶରୀରର ଅନେକ ଅଙ୍ଗ କାମ କରିବା ବନ୍ଦ କରି ଦେଇଥିଲା । ତାଙ୍କର କେଶ ଝଡ଼ିବା ସହ ପେଟ ସମ୍ଭନ୍ଧୀୟ ଅନେକ ରୋଗ ଦେଖା ଯାଇଥିଲା । ତାଙ୍କ ଅବସ୍ଥା ଅତ୍ୟଧିକ ଖରାପ ହେବାରୁ ତାଙ୍କୁ ଆଇସିୟୁକୁ ପଠା ଯାଇଥିଲା ।

Get real time updates directly on you device, subscribe now.