Video: ଭାତୃପ୍ରେମ ଆଉ କ’ଣ କି? ପରିଣତ ବୟସରେ ବଡ଼ ଭାଇଙ୍କ ପଦସେବା କରୁଛନ୍ତି ସାନଭାଇ

ଭୁବନେଶ୍ୱର: ଆମ ଓଡ଼ିଆରେ ଏକ କଥା ଅଛି, ”କ୍ଷୀର ଯଦି ଖାଇ ବସିବ , ଘରେ ଥିବ ଗାଈ । ଯୁଦ୍ଧ ଯଦି କରି ବସିବ, ସଙ୍ଗରେ ଥିବ ଭାଇ ।“ ବାସ୍ତବିକ୍‌ ଭାଇ-ଭାଇ ସମ୍ପର୍କ ରକ୍ତର ଗଭୀରତମ ସମ୍ପର୍କ। ଭାଇ ବିପଦରେ ପଡିଥିଲେ ଅନ୍ୟ ଭାଇ କିଛି ବାଛବିଚାର ନ କରି ସହାୟ ହୁଅନ୍ତି।

ଗୋଟିଏ ମା’ ପେଟରୁ ଜନ୍ମିତ ଭାଇମାନେ ଧୂଳିଖେଳଠାରୁ ଆରମ୍ଭ କରି, ପରସ୍ପର କଳିଝଗଡା, କିଛି ସମୟ ପରେ କୋଳାକୋଳି ହେବା ସ୍ନେହ, ପ୍ରେମ ଓ ବନ୍ଧନର ନିଚ୍ଛକ ପ୍ରତିଛବି। ଭାଇର ସଫଳତାରେ ଭାଇ ଅଧିକ ଖୁସି ଓ ଦୁଃଖରେ ଦୁଃଖୀ ହୋଇଥାଏ।

ଯେଉଁଠାରେ ଭାଇମାନଙ୍କ ମନ ଏକ ଥାଏ ସେ ଘର ସବୁଥିରେ ପରିପୂର୍ଣ୍ଣ ରହିଥାଏ। ପରିବାରରେ ଭାଇ-ଭାଇ ସମ୍ପର୍କ ଅତୁଟ ଥିଲା। କୌଣସି ଭାଇର ଅସୁବିଧା ହେଲେ ଅନ୍ୟ ଭାଇମାନେ ଅଯାଚିତଭାବେ ସାହାଯ୍ୟ କରୁଥିଲେ।

ନିଜ ପିଲାପିଲି ହେଉ ଅବା ଭାଇଙ୍କର ପିଲାପିଲି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ। ଖାଇବା ପିଇବାଠାରୁ ଆରମ୍ଭ କରି ପୋଷାକପତ୍ର କୌଣସିଥିରେ ପାତରଅନ୍ତର ନ ଥିଲା।

ହେଲେ ଆଜିର ମଣିଷ ସେ ସବୁକୁ ଯେପରି ଭୁଲି ଗଲାଣି। ତଥାପି କିଛି ଲୋକଙ୍କ ମନରୁ ଲିଭିନି ଭାଇ ପଣିଆ। ଯାହାର ଉଦାହାରଣ ଏହି ଭାଇରାଲ ଭିଡିଓରୁ ଜାଣି ପାରିବେ । କିପରି ନିଜେ ବୃଦ୍ଧ ବୟସେ ପହଞ୍ଚି ଥିଲେ ବି ତାଙ୍କ ବଡ଼ ଭାଇଙ୍କ ସେବା କରୁଛନ୍ତି ।

ଯାହାକୁ ଦେଖିଲେ ତାଙ୍କର ଭାତୃପ୍ରେମ ଆପେ ଆପେ ବାରି ହୋଇଯାଉଛି । ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ପୋଷ୍ଟ କରାଯାଇଛି । ତେବେ ଏହା କେଉଁ ଅଞ୍ଚଳର ତାହା ଜଣା ପଡ଼ିଲାହିଁ ।