fbpx

କୋର୍ଟ ଭିତରେ ଯୁବକଙ୍କ ଉନ୍ମତକାଣ୍ଡ, ଶୁଣାଣି ଚାଲିଥିବା ସମୟରେ ଜଜଙ୍କୁ ଦେଖାଇଲେ ଛୁରା

ଗଞ୍ଜାମ: ଜଜଙ୍କୁ କୋର୍ଟ ଭିତରେ ଛୁରା ଦେଖାଇଲେ ଯୁବକ, ବ୍ରହ୍ମପୁର ଏସଡିଜେଏମ କୋର୍ଟ ଭିତରେ ମାଜିଷ୍ଟ୍ରେଟଙ୍କୁ ଯୁବକ ଛୁରା ଦେଖାଇଥିବା ଖବର ଆସିଛି। ଯୁବକ ଜଣକ ଛୁରୀ ଧରି ଜଜଙ୍କ ଡାଏସ୍ ଉପରକୁ ଉଠିଯାଇଥିଲେ ବୋଲି ସୂଚନା ମିଳିଛି। ତେବେ ସେଠାରେ ଉପସ୍ଥିତ ଥିବା ଲୋକେ ଏବଂ ଓକିଲ ମିଶି ଅଭିଯୁକ୍ତକୁ କାବୁ କରିଛନ୍ତି। ଏହାପରେ ଅଭିଯୁକ୍ତ ଭଗବାନ ସାହୁକୁ ପୋଲିସ ଗିରଫ କରିଛି।

ତେବେ ଯୁବକ ଜଣକ କେଉଁ କାରଣରୁ ଜଜଙ୍କୁ ଛୁରା ଦେଖାଇଥିଲେ, ତାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ବୈଦନାଥପୁର ଥାନାରେ ଯୁବକଙ୍କୁ ଅଟକ ରଖି ପୋଲିସ ପଚାର ଉଚରା ଜାରି ରଖିଛି। ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ କୋର୍ଟରେ ବ୍ରହ୍ମପୁର ଏସପି ଓ ଏସଡିପିଓ ପହଁଞ୍ଚିଛନ୍ତି।

court

Get real time updates directly on you device, subscribe now.