fbpx

ବସଷ୍ଟାଣ୍ଡରେ ଯୁବକଙ୍କୁ ଛୁରାମାଡ, ଗୁରୁତରଙ୍କୁ ବଡମେଡିକାଲରେ ଭର୍ତ୍ତି

ଚମ୍ପୁଆ: ପ୍ରତିଦିନ ରାଜ୍ୟରେ ଅପରାଧ ଦେଖିବାକୁ ମିଳୁଛି । ହିଂସାକାଣ୍ଡ ଏବଂ ପୂରାତନ ଶତ୍ରୁତା ପାଇଁ ଅନେକ ଲୋକଙ୍କ ଜୀବନ ବଳି ପଡିଯାଉଛି । ମଣିଷ ନିଜର କ୍ରୋଧ ଏବଂ ଅହଙ୍କାରକୁ ନିୟନ୍ତ୍ରଣ ନ କରିପାରି ସାଜି ଯାଉଛି ହତ୍ୟାକାରୀ । ଏପରି ଏକ ହତ୍ୟା କରିବା ଉଦ୍ୟମ ଦେଖାଦେଇଛି ବଡବିଲର ଚମ୍ପୁଆରେ ।

ସୂଚନା ଅନୁଯାୟୀ, ବଡବିଲର ପୁରୁଣା ବସ ଷ୍ଟାଣ୍ଡରେ ଜଣେ ଯୁବକଙ୍କ ଉପରେ ହତ୍ୟା ଲାଗି ଉଦ୍ୟମ କରାଯାଇଛି । ଯୁବକ ଜଣକ ଛୁରାମାଡରେ ଆହତ ହୋଇଛନ୍ତି । ସେଠାରେ ଯୁବକ ଜଣକ ଠିଆ ହୋଇଥିବା ବେଳେ ହଠାତ ଜଣେ ଦୁର୍ବୃତ୍ତ ଆସି ତାଙ୍କୁ ଚୁରୀ ଭୁସି ଆକ୍ରମଣ କରିଥିଲା ।

ପେଟରେ ଛୁରୀ ଭୁସି ଦୁର୍ବୃତ୍ତ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଆକ୍ରମଣର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସେଠାରେ ମହଜୁଦ ଲୋକେ ଗୁରୁତର ଯୁବକଙ୍କୁ ବଡ ମେଡିକାଲରେ ଭର୍ତ୍ତି କରାଇଛନ୍ତି । ଏହି ମାମଲାର ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.