fbpx

Solar Systemରେ ରହିଛି ୭୬୧ ଚନ୍ଦ୍ରମା! ପୃଥିବୀର ଗୋଟିଏ ଚାନ୍ଦ ନାହିଁ… ଜାଣନ୍ତୁ ସୌରମଣ୍ଡଳର ହିସାବ

Advertisement

ଓଡ଼ିଶା ଭାସ୍କର: ଆପଣ କେତୋଟି ଚାନ୍ଦ ଦେଖିଛନ୍ତି? ଏମିତି ପ୍ରଶ୍ନ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । କାରଣ ପୃଥିବୀରେ କେବଳ ଗୋଟିଏ ଚାନ୍ଦ ହିଁ ଦେଖାଯାଇଥାଏ । କିନ୍ତୁ ଚାନ୍ଦ ଏହି ଗୋଟିଏ ନୁହେଁ, ମୋଟ ୭୬୧ଟି ଚନ୍ଦ୍ରମା ରହିଛି । ପୃଥିବୀ ନିକଟରେ ଗୋଟିଏ ଚନ୍ଦ୍ରମା ରହିଛି । କିନ୍ତୁ ଶନି ଏବଂ ବୁଧ ଭଳି ଗ୍ରହ ନିକଟରେ ଅନେକ ଗୁଡ଼ିଏ ଚନ୍ଦ୍ରମା ରହିଛି । ତେବେ ଯଦି ସାରା ସୌରମଣ୍ଡଳ ବିଷୟରେ କୁହାଯାଏ, ତେବେ ସୋଲାର ସିଷ୍ଟମରେ ମୋଟ ୭୬୧ଟି ଚନ୍ଦ୍ର ଉପସ୍ଥିତ ରହିଛି ।

ପ୍ରକୃତ କଥା ହେଉଛି, ଆମ ପୃଥିବୀର ଆଖପାଖରେ ଶହ ଶହ ନେଚୁରାଲ ସାଟେଲାଇଟ ରହିଛି । ଗୋଟିଏ ସହର ପରି ଆକୃତିର ଅନ୍ତରୀକ୍ଷ ଚଟ୍ଟାଣରୁ ଆରମ୍ଭ କରି ବିଶାଳ ଗୋଲାକାର ପିଣ୍ଡ ଏଥିରେ ସାମିଲ ରହିଛି । ଏଗୁଡ଼ିକର ବିଶାଳ ଆକାର ଯୋଗୁଁ ଏମାନଙ୍କୁ ଗୋଟି ଗୋଟିଏ ଗ୍ରହ ଭାବରେ ମଧ୍ୟ ବିଚାର କରାଯାଇପାରେ । ତେବେ ସୋଲାର ସିଷ୍ଟମରେ କେତେ ଚନ୍ଦ୍ର ଖୋଜାଯାଇଛି, ତାହା ଚନ୍ଦ୍ରର ପରିଭାଷା ଉପରେ ନିର୍ଭର କରିଥାଏ । ନାସା ଅନୁସାରେ, ଇଣ୍ଟରନେସନାଲ ଆଷ୍ଟ୍ରୋନମିକାଲ ୟୁନିଅନ(IAU) ସୋଲାର ସିଷ୍ଟମର ୮ଟି ଗ୍ରହକୁ ଭ୍ରମରଣ କରୁଥିବା ୨୮୮ ଗ୍ରହ ବା ଉପଗ୍ରହଙ୍କୁ ଚାନ୍ଦ୍ରମାର ମାନ୍ୟତା ଦେଇଛି । କିନ୍ତୁ ନାସାର ଜେଟ ପ୍ରପୋଲସନ୍ ଲାବୋରେଟୋରୀ ୪୭୩ ‘ସ୍ମଲ ବଡି ସାଟେଲାଇଟସ’ ବା ଆଷ୍ଟ୍ରଏଡ ଏବଂ ଗ୍ରହମାନଙ୍କର ଚନ୍ଦ୍ରମାକୁ ମଧ୍ୟ ଏହି ତାଲିକାର ଅନ୍ତର୍ଭୁକ୍ତ କରାଯାଇଛି ।

ଯଦି ଏହାକୁ ଆଷ୍ଟ୍ରନମର୍ସମାନେ ଗଣନା କରନ୍ତି, ତେବେ ପ୍ରାକୃତିକ ସୌରମଣ୍ଡଳ ସାଟେଲାଇଟର ମୋଟ ସଂଖ୍ୟା ୭୬୧ ରହିବ । ନାସାର ୪୭୩ ସ୍ମଲ ବଡି ସାଟେଲାଇଟର ଗଣନା ଗ୍ରହର ଚନ୍ଦ୍ରମା ସଂଖ୍ୟା ଜାଣିବାଠାରୁ ବି କଷ୍ଟକର । କାରଣ ପ୍ରାୟ ସମୟରେ ଆଷ୍ଟ୍ରଏଡ ଚିହ୍ନଟ ଜାରି ରହିଛି । IAU ଅନୁସାରେ, ବାହ୍ୟ ସୌରମଣ୍ଡଳରେ “୧୦୦ରୁ ଅଧିକ” ଅତିରିକ୍ତ ଗ୍ରହ/ଉପଗ୍ରହ ମଧ୍ୟ ରହିପାରନ୍ତି ଏବଂ ଏମାନଙ୍କ ପାଖରେ ମଧ୍ୟ ନିଜସ୍ୱ ଚନ୍ଦ୍ରମା ରହିପାରେ । ସୋଲାର ସିଷ୍ଟମରେ ବର୍ତ୍ତମାନ ସୁଦ୍ଧା ୭୦୦ରୁ ଅଧିକ ନେଚୁରାଲ ସାଟେଲାଇଟ ଚିହ୍ନଟ ହୋଇସାରିଛି । କିନ୍ତୁ ସମୟ ସହ ଏହାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ତେବେ ସୌରମଣ୍ଡଳରେ ପ୍ରାୟ ୧୦,୦୦୦ ଚନ୍ଦ୍ରମା ମଧ୍ୟ ହୋଇପାରେ ବୋଲି ମଧ୍ୟ କିଛି ଆଷ୍ଟ୍ରନମର୍ସ କହିଛନ୍ତି ।

Get real time updates directly on you device, subscribe now.