ମହାନଦୀ ପଠାରେ ହେବନି ପିକନିକ୍: CMC ଜାରି କଲା କଟକଣା
ଏଣିକି ମହାନଦୀ ପଠାରେ ଆଉ ହୋଇ ପାରିବନି ଭୋଜିଭାତ। କଟକଣା ଜାରି କଲା CMC।
କଟକ: (ଓଡ଼ିଶା ଭାସ୍କର) ଏଣିକି ମହାନଦୀ ପଠାରେ ଆଉ ହୋଇ ପାରିବନି ଭୋଜିଭାତ । ଏପରି କଟକଣା ଜାରି କଲା CMC । ବୋଟିଂ କ୍ଲବ୍ ଠାରୁ କଟକ-ଇନ୍-କଟକ ପର୍ଯ୍ୟନ୍ତ ରଖା ଯାଇଛି କଟକଣା ।
ତଳ ବାଲିଯାତ୍ରା ପଡ଼ିଆରୁ ଚହଟା ଛକ ଯାଏଁ ମଧ୍ୟ ରହିଛି କଟକଣା । ଏପରିକି ଭୋଜିଭାତ ଆୟୋଜନ ସହ ବିଭିନ୍ନ ଇଭେଣ୍ଟ ଆୟୋଜନକୁ ବି ବାରଣ କରାଯାଇଛି ।
ଅଳିଆ ଆବର୍ଜନା ହେତୁ ମହାନଦୀ ଦୂଷିତ ହେଉଥିବାରୁ ଏପରି ପଦକ୍ଷେପ ନେଲା CMC ।