fbpx

Same Sex Marriageକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି: ନୂଆ ନିୟମ ପାଇଁ ଆଶା କମ୍

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣୀ ଜାରି ରହିଛି । ଏହାମଧ୍ୟରେ କୋର୍ଟରେ ମାନ୍ୟବର ଖଣ୍ଡପୀଠ ଏହି ସମ୍ପର୍କରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଯେ, ସମଲିଙ୍ଗୀ ବିବାହକୁ ବୈଧ ବୋଲି ଘୋଷଣା କରିବା ଏତେ ସହଜ ହେବ ନାହିଁ । ଏହି ପ୍ରସଙ୍ଗରେ ନିୟମ ପ୍ରସ୍ତୁତ କରିବା ପାଇଁ ସଂସଦ ପାଖରେ ହିଁ ବିବାଦହୀନ ଶକ୍ତି ରହିଛି । ତେଣୁ ଆମେ ଏହାକୁ ନେଇ କେତେ ଦୂର ଯାଇ ପାରିବୁ, ତାହା ଉପରେ ବିଚାର କରିବାକୁ ହେବ । ତେବେ ଜଷ୍ଟିସ ରବିନ୍ଦ୍ର ଭଟ୍ଟ କହିଛନ୍ତି ଯେ, ସଂସଦ ଏ ମାମଲା ନେଇ ନୂଆ ନିୟମ ଆଣିବାର ଆଶା ଖୁବ କମ୍ ରହିଛି ।

ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ପରିଣାମ ଉପରେ ଆଲୋଚନା କରିଛନ୍ତି । ଯଦି ଏହାକୁ ଅନୁମତି ଦିଆଯାଉଛି, ଏହାର ପରିଣାମକୁ ନଜରରେ ରଖି ଏହାର ନ୍ୟାୟିକ ବ୍ୟାଖ୍ୟା, ବିଶେଷ ବିବାହ ଅଧିନିୟମ, ୧୯୫୪ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ । ଲଏହା ମଧ୍ୟରେ ପର୍ସନାଲ ଲ’ ମଧ୍ୟ ଆସିବ । ତେଣୁ ଖଣ୍ଡପୀଠ କହିଛନ୍ତି ଯେ, ପ୍ରଥମରୁ ଏହି ପ୍ରସଙ୍ଗକୁ ନେଇ ପର୍ସନାଲ ଲ’କୁ ନ ଛୁଇଁବା ପାଇଁ ଆମର ବିଚାର ରହିଥିଲା । କିନ୍ତୁ ଏଥିରେ ପରିବର୍ତ୍ତନ ନ କରି ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ସହଜ ନୁହେଁ । ଖଣ୍ଡପୀଠ କହିଛନ୍ତି ଯେ, ବର୍ତ୍ତମାନ ଆମ ସମ୍ମୁଖରେ ଯଦି ଏହି ବିଶେଷ ଶକ୍ତି ସଂସଦ ନିକଟରେ ରହିଛି ତେବେ କୋର୍ଟ ନିଜର କ୍ଷେତ୍ରାଧିକାରର ବ୍ୟବହାର କେଉଁଠି କରିବ ?

ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ସୌରଭ କୃପାଳ ମଧ୍ୟ ସମଲିଙ୍ଗୀ ବିବାହକୁ ଅନୁମତି ପାଇଁ ଅପିଲ କରିଥିଲେ । ସେ କହିଥିଲେ ଯେ, ଏହି ଅନୁମତି ନ ମିଳିଲେ ଦେଶର ଜିଡିପିର ୭ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବିତ ହୋଇପାରେ । ଏଠାରେ ସମଲିଙ୍ଗୀ ବିବାହକୁ ପଞ୍ଜିକରଣ କରା ନଗଲେ ନାଗରିକମାନେ ଅନ୍ୟ ଦେଶକୁ ପଳାୟନ କରି ପାରନ୍ତି । ତେବେ ବର୍ତ୍ତମାନ ସଂସଦ ଏ ନେଇ କୌଣସି ନିୟମ ପ୍ରଣୟନ କରୁଛନ୍ତି କି ନାହିଁ ତାହାକୁ ଅପେକ୍ଷା ରହିଛି ।

Get real time updates directly on you device, subscribe now.