fbpx
BSKY
BJD SHG SKY
BJD MC SKY

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ସାରା ବିଶ୍ୱରେ ଉତ୍ସାହ; ସ୍ୱତନ୍ତ୍ର ଛୁଟି ଘୋଷଣା କଲେ ମରିସସ୍ ସରକାର

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ସମାରୋହ ପୂର୍ବରୁ କେବଳ ଭାରତ ରେ ନୁହେଁ ବରଂ ସାରା ବିଶ୍ୱରେ ମଧ୍ୟ ଧାର୍ମିକ ଉତ୍ସାହ ବଢିବାରେ ଲାଗିଛି । ଏପରିକି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ମରିସସ ସରକାର ସ୍ୱତନ୍ତ୍ର ଛୁଟି ଘୋଷଣା କରିଛନ୍ତି । ଜାନୁଆରୀ ୨୨ତାରିଖରେ ହିନ୍ଦୁ ଧର୍ମର ଅଧିକାରୀ ଏବଂ କର୍ମଚାରୀଙ୍କୁ ଦୁଇ ଘଣ୍ଟାଛୁଟି ଦିଆଯିବ । ଜାନୁଆରୀ ୨୨ ରେ ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ବା ଅଭିଷେକ ସମାରୋହ ଅନୁଷ୍ଠିତ ହେବ ।

ଏହି ବିଶାଳ ଧାର୍ମିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦେଶର ହଜାର ହଜାର ସାଧୁ ସନ୍ଥ ଉପସ୍ଥିତ ରହିବେ। ସବୁଠୁ ବଡ଼ କଥା ହେଉଛି ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ଏକ ବିବୃତିରେ କହିଛନ୍ତି ଯେ ଭାରତରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ପରିପ୍ରେକ୍ଷୀରେ ହିନ୍ଦୁ ଧର୍ମର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ୨୨ ଜାନୁଆରୀ ୨୦୨୪ ସୋମବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟାର ସ୍ୱତନ୍ତ୍ର ଛୁଟି ଦେବାକୁ କ୍ୟାବିନେଟ୍ ରାଜି ହୋଇଛି। ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିବାରୁ ଏହା ଏକ ଐତିହାସିକ ଘଟଣା।

Get real time updates directly on you device, subscribe now.