fbpx

ପୋଖରୀରେ ଭାସୁଛି ନିଖୋଜ ବ୍ୟକ୍ତିଙ୍କ ମୃତଦେହ: ଜୁଆଖେଳରୁ ହତ୍ୟାକାଣ୍ଡ ସନ୍ଦେହ

ବଲାଙ୍ଗୀର: ପୋଖରୀ ଭିତରେ ଭାସୁଛି ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଛତାପାଳି ଗାଁରେ । ତେବେ ତାଙ୍କୁ ପ୍ରଥମେ ହତ୍ୟା କରାଯାଇ ପରେ ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତେବେ ମୃତ ବ୍ୟକ୍ତି ଜଣଙ୍କ ହେଲେ କାଳୁଦୀପ ।

ମିଳିଥିବା ସୂଚନା ଅନୁଯାୟୀ, କାଳୁଦୀପ ଗତକାଲି ଠାରୁ ଘରୁ ନିଖୋଜ ଥିଲେ । ତେବେ ଘରଲୋକେ ଏ ନେଇ ପୁଇଁତଳା ଥାନାରେ ନିଖୋଜ ଥିବା ଅଭିଯୋଗ କରିଥିଲେ । ଆଜି ସକାଳୁ କାଳୁଙ୍କର ମୃତଦେହ ପୋଖରୀରେ ଭାସୁଥିବା ଦେଖିଥିଲେ ଗାଁ ଲୋକେ । ଗତ ୧୧ ତାରିଖରେ କାଳୁ ଗାଁର କିଛି ଲୋକଙ୍କ ସହ ସେ ଜୁଆ ଖେଳୁଥିବା କହିଛନ୍ତି କିଛି ଗାଁ ଲୋକେ । ତେବେ ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ତେବେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବର୍ତ୍ତମାନ ଘଟଣାର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.