fbpx
BSKY
BJD SHG SKY
BJD MC SKY

ଆପଣାନ୍ତୁ ଏହି ୫ଟି ଅଭ୍ୟାସ, ଦୂରେଇଯିବ ବାର୍ଦ୍ଧକ୍ୟର ଲକ୍ଷଣ

ଓଡ଼ିଶା ଭାସ୍କର: ବଦଳୁଛି ସମୟ । ବଦଳୁଛି ଜୀବନଶୈଳୀ । ଆଉ ଏହି ବ୍ୟସ୍ତତା ଭିତରେ ଘାଣ୍ଟି ହେଉଛି ମଣିଷ । କେତେବେଳେ ଅଫିସ ତ ଆଉ କେତେବେଳେ ଘର ଓ ପରିବାରର ଦାୟିତ୍ୱ ଭିତରେ ନିଜକୁ ହଜେଇ ଦେଉଛି । ଜୀବନର ଏହି ଧାଁ ଦୌଡ଼ରେ କେଉଁଠି ନା କେଉଁଠି ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରୁଛି ମଣିଷ । ଏଥିପାଇଁ ଆଜିକାଲି ବିଶେଷ କରି ଯୁବପୀଢ଼ୀଙ୍କ କ୍ଷେତ୍ରରେ ବୃଦ୍ଧାବସ୍ଥାର ଲକ୍ଷଣ ଶୀଘ୍ର ଦେଖାଯାଉଛି । ଏହା ପଛରେ ଅନେକ କାରଣ ରହିଛି ଯେପରି ଅବସାଦ, ଚିନ୍ତା, ଡିପ୍ରେସନ୍‌, ଅନିଦ୍ରତା, ଅସନ୍ତୁଳିତ ଖାଦ୍ୟପେୟ ଇତାଦି । ଏଭଳି ଜୀବନଶୈଳୀ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଅଭ୍ୟାସ ଠାରୁ ଦୂରେଇ ରହିବା ଦ୍ୱାରା ଶରୀରରେ ଶୀଘ୍ର ବୟସର ଛାପ ଦେଖାଯାଇ ନଥାଏ ।

୧. ଜଳର ସେବନ: ନିୟମିତ ପର୍ଯ୍ୟାପ୍ତ ମାତ୍ରାରେ ଜଳର ସେବନ କରିବା ଦ୍ୱାରା ଶରୀର Detoxify ହୋଇଥାଏ । ଫଳରେ ଶରୀର ହାଇଡ୍ରେଟ୍ ରହିବା ସହ ରକ୍ତ ସଫା ରୁହେ ଏବଂ ତ୍ୱଚାରେ ଚମକ ଦେଖାଯାଏ । ପର୍ଯ୍ୟାପ୍ତ ମାତ୍ରାରେ ଜଳର ସେବନ କରିବା ଦ୍ୱାରା ବାର୍ଦ୍ଧକ୍ୟ ପ୍ରକ୍ରିୟା ମନ୍ଥର ହୋଇଥାଏ । ତେବେ ଜଳର କମ ସେବନ କରିବା ଦ୍ୱାରା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ।

୨. ଅଧିକ ମାତ୍ରାରେ ଲୁଣର ସେବନ: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଖାଦ୍ୟପେୟରେ ଅତ୍ୟାଧିକ ମାତ୍ରାରେ ଲୁଣର ସେବନ ଶରୀର ପାଇଁ କ୍ଷତିକାରକ ଅଟେ । ଶରୀରର ମେଟାବଲିିଜିମ୍ ଉପରେ ଏହା ପ୍ରଭାବ ପକାଇଥାଏ ଏବଂ ଶୀଘ୍ର ବାର୍ଦ୍ଧକ୍ୟର ଲକ୍ଷଣ ଦେଖାଦେଇଥାଏ ।

୩. ମାଦକଦ୍ରବ୍ୟର ସେବନ: ଆଜିକାଲି ଅଧିକାଂଶ ବ୍ୟକ୍ତି ଧୂମପାନ ଓ ମାଦକଦ୍ରବ୍ୟ ସେବନ କରିଥାନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଯକୃତ, ହୃଦୟ, କିଡ଼ନୀ, ତ୍ୱଚା ଓ ମସ୍ତିଷ୍କ ଭଳି ଶରୀରର ଅନ୍ୟ ଅଙ୍ଗ ଉପରେ କୁପ୍ରଭାବ ପକାଇଥାଏ ।

୪. ନିଦ୍ରାହୀନତା: ସୁସ୍ଥ ଶରୀର ପାଇଁ ଖାଦ୍ୟପେୟ ଯେତିକି ଆବଶ୍ୟକ ସୁନିଦ୍ରା ସେତିକି ଜରୁରୀ । ଅଧିକ କାମ କରିବା ଦ୍ୱାରା ଶରୀର ଥକି ଯାଇଥାଏ ତେଣୁ ଦିନକୁ ଅତି କମରେ ୭-୮ ଘଣ୍ଟାର ନିଦ୍ରା ଆବଶ୍ୟକ । ଶାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତୁ । ନିଜକୁ ଚାପମୁକ୍ତ ରଖିବା ପାଇଁ ଶୋଇବାର ଅଧ ଘଣ୍ଟା ପୂର୍ବରୁ ବୈଦ୍ୟୁତିକ ଉପକରଣ ଠାରୁ ଦୂରେଇ ରୁହନ୍ତୁ ।

୫. ଅଧିକ ଷ୍ଟ୍ରେସ୍‌: ସବୁବେଳେ ସକାରାତ୍ମକ ଚିନ୍ତାଧାରା ସହ ଦିନର ଆରମ୍ଭ କରନ୍ତୁ । ପାରିବାରିକ ଓ ବୃତ୍ତିଗତ ଜୀବନକୁ ଅଲଗା ରଖିବା ପାଇଁ ଚେଷ୍ଟା କରନ୍ତୁ । ଅଧିକ ଷ୍ଟ୍ରେସ୍ ସାଇଲେଣ୍ଟ କିଲର ଭଳି କାମ କରିଥାଏ ଫଳରେ ବାର୍ଦ୍ଧକ୍ୟର ଲକ୍ଷଣ ଶୀଘ୍ର ଦେଖାଦେଇଥାଏ । ଷ୍ଟ୍ରେସ୍ ଠାରୁ ଦୂରେଇ ରହିବା ପାଇଁ ନିୟମିତ ଧ୍ୟାନ୍‌, ଯୋଗ, ପ୍ରାଣାୟାମ ସହ ସନ୍ତୁଳିତ ଆହାର ସେବନ କରନ୍ତୁ ।

 

Get real time updates directly on you device, subscribe now.