fbpx
BSKY
BJD SHG SKY
BJD MC SKY

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ୪ର୍ଥ ସମନ କଲା ED

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ସମନ ପଠାଇଛି। ଇଡି ପକ୍ଷରୁ ଜାରି କରାଯାଇଥିବା ଏହା ହେଉଛି ଚତୁର୍ଥ ସମନ। ଏହା ପୂର୍ବରୁ ସିବିଆଇ ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା ପାଇଁ ଡକାଇଥିଲା। ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଯେ ଇଡି ଏବେ ଅରବିନ୍ଦ କେଜ୍ରିୱାଲଙ୍କୁ ଯେଉଁଭଳି ଭାବେ ସମନ ପଠାଇଛି, ତାହା ସ୍ପଷ୍ଟ ଯେ କେନ୍ଦ୍ର ସରକାର ଆମ୍ ଆଦମୀ ପାର୍ଟିକୁ ଯେକୌଣସି ଉପାୟରେ ବଦନାମ କରିବାକୁ ଚାହୁଁଛନ୍ତି। ସେଥିପାଇଁ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜେଲ୍ ପଠାଇବା ଏବଂ ଆମ୍ ଆଦମୀ ପାର୍ଟିକୁ ବଦନାମ କରିବାକୁ ପ୍ରୟାସ କରାଯାଉଛି।

ଜାନୁଆରୀ ୩ ତାରିଖରେ ହାଜର ହେବା ପାଇଁ ଇଡିର ଏହି ସମନରେ ନିର୍ଦ୍ଦେଶ ଥିଲା । ସୂଚନା ଥାଉକି, ପ୍ରଥମେ ନଭେମ୍ବର ୨ ରେ ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ନୋଟିସ ପଠାଇଥିଲା। କିନ୍ତୁ ସେ ଏହି ନୋଟିସକୁ ବେଆଇନ ବୋଲି କହି ତାହା ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଏହା ପରେ ପୁନର୍ବାର ଡିସେମ୍ବର ୧୮ ତାରିଖରେ ତାଙ୍କୁ ପୁଣି ନୋଟିସ ଜାରି କରାଯାଇଥିଲା। ଯେଉଁଥିରେ ତାଙ୍କୁ ଡିସେମ୍ବର ୨୧ ତାରିଖ ଦିନ ଇଡି ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଇଡି ପକ୍ଷରୁ ମିଳିଥିବା ସମନ ଜବାବରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଥିଲେ ଯେ ତାଙ୍କର ଲୁଚାଇବାକୁ କିଛି ନାହିଁ ଏବଂ ଏହି ଡାକରା ପ୍ରତ୍ୟାହାର କରାଯିବା ଉଚିତ।

 

Get real time updates directly on you device, subscribe now.