fbpx

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଭକ୍ତଙ୍କୁ ଦିଆଯିବ ଏହି ଉପହାର: ଲଡୁ ଠାରୁ ବି ମୂଲ୍ୟବାନ ଜିନିଷ

ଅଯୋଧ୍ୟା: ରାମଲଲାଙ୍କର ପ୍ରାଣପ୍ରତିଷ୍ଠାର ଦିନ ଯେତେ ପାଖେଇ ଆସୁଛି ଭକ୍ତମାନଙ୍କ ମଧ୍ୟରେ ଉତ୍କଣ୍ଠା ସେତେ ବଢ଼ିବାରେ ଲାଗିଛି । ଏହା ସହିତ ସାରା ବିଶ୍ୱରୁ ଆସୁଥିବା ଅତିଥିମାନଙ୍କର ଅଭ୍ୟର୍ଥନା ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଏହା ମଧ୍ୟରେ ରାମମନ୍ଦିରକୁ ନେଇ ଆଉ ଏକ ନୂତନ ତଥ୍ୟ ସାମ୍ନାକୁ ଆସିଛି । ଏହି ପ୍ରାଣ ପ୍ରତି ୟଷ୍ଠା ଉତ୍ସବରେ ଆସସୁଥିବା ସମସ୍ତ ଅତିଥିଙ୍କୁ ପ୍ରଧାନମନ୍ତ୍ରୀ ତଥା ରାମମନ୍ଦିର ତରଫରୁ ଏକ ଉପହାର ଦିଆଯିବା ନେଇ ଘୋଷଣା କରାଯାଇଛି ।

ତେବେ ସେମାନଙ୍କୁ ଉପହାରରେ କ’ଣ ଉପହାର ଦିଆଯିବ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମନ୍ଦିରର ମୂଳଦୁଆ ଖୋଳା ହୋଇ ବାହାରିଥିବା ମାଟି ସମସ୍ତଙ୍କୁ ଉପହାରରେ ଦିଆଯିବା ନେଇ ଯୋଜନା ରହିଛି । ରାମ ଜନ୍ମଭୂମିର ଏହି ମାଟି ଲୋକମାନଙ୍କୁ ଏକ ଡବାରେ ଭର୍ତ୍ତି କରାଯାଇ ଦିଆଯିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି । ଏହା ସହିତ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଝୋଟ ବ୍ୟାଗରେ ଭର୍ତ୍ତି କରାଯାଇ ରାମମନ୍ଦିରର ଏକ ୧୫ ମିଟର ବଡ଼ ଫଟୋ ଉପହାର ଦିଆଯିବ ।

ଏହି ପ୍ରାଣପ୍ରତିଷ୍ଠା ସମାରୋହରେ ୧୧,୦୦୦ରୁ ଅଧିକ ଲୋକ ଆସିବେ ବୋଲି ମନ୍ଦିର ଟ୍ରଷ୍ଟ କହିଛି । ସେମାନଙ୍କୁ ରାମ ଜନ୍ମଭୂମି ମାଟି ଦିଆଯିବା ସହିତ ୧୦୦ ଗ୍ରାମ ଦେଶୀ ଘିଅର ଲଡ଼ୁ ମଧ୍ୟ ଦିଆଯିବ ବୋଲି ସେମାନେ କହିଛନ୍ତି । ତେବେ ଏହି ପ୍ରସାଦ ରାମ ଭକ୍ତମାନଙ୍କୁ ଦେବରହା ବାବାଙ୍କ ପକ୍ଷରୁ ଦିଆଯାଉଛି । ତେବେ ଏହି ଲଡ଼ଚୁ ଏପରି ଭାବରେ ପ୍ରସ୍ତୁତ କରାଯାଇଛି ଯେ ଏହା ଆଗାମୀ ୬ ମାସ ପର୍ଯ୍ୟନ୍ତ ଖରାପ ହେବନାହିଁ ବୋଲି କହିଛନ୍ତି ବାବଙ୍କ ଶିଷ୍ୟମାନେ ।

ତେବେ ୨୨ ତାରିଖ ଦିନ ପ୍ରଥମେ ଭଗବାନ ରାମଲଲାଙ୍କୁ ରୂପା ଥାଳିରେ ଭୋଗ ଦିଆଯିବ । ଭୋଗ ଲଗାଯିବା ପରେ ଆସିଥିବା ଭିଆଇପି ଅତିଥିମାନଙ୍କୁ ପ୍ରଥମେ ଏହି ପ୍ରସାଦ ବଣ୍ଟାଯିବ । ଏହା ପରେ ରାମଙ୍କୁ ଦର୍ଶନ କରିବାକୁ ଆସିଥିବା ଭକ୍ତମାନଙ୍କୁ ଏହି ପ୍ରସାଦ ବଣ୍ଟନ କରାଯିବ । ସୂଚନାଯୋଗ୍ୟ, ରାମଲଲାଙ୍କର ପ୍ରାଣପ୍ରତିଷ୍ଠା ପାଇଁ ୧୧ ଦିନ ଆଗରୁ ରୀତି ନୀତି ଆରମ୍ଭ ହୋଇସାରିଛି ।

Get real time updates directly on you device, subscribe now.