fbpx

ନା ସ୍କୁଲରେ ବିଦ୍ୟୁତ୍ ସଂଯୋଗ ଅଛି, ନା ଆବଶ୍ୟକୀୟ କ୍ଲାସରୁମ; ରାଜ୍ୟରେ ପିଲା ପଢିବେ କେମିତି ଆଗକୁ ବଢିବେ କେମିତି ?

ଭୁବନେଶ୍ୱର:ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ସରଗରମ ବିଧାନସଭା। ପିଲା ମାନେ ଅନ୍ଧାରରେ ବସି ପାଠ ପଢ଼ୁଥିବା ନେଇ ଅଭିଯୋଗ ଆଣିଲେ ବିରୋଧୀ। ଏଯାବତ ଓଡ଼ିଶାର ୧୧୭୧୦ ଟି ସ୍କୁଲ ରହିଛି ଯେଉଁଠିକୁ ବିଦ୍ୟୁତ ସଂଯୋଗ ହୋଇନାହିଁ ବୋଲ ବିଜେପି ବିଧାୟକ ମୋହନ ମାଝୀ କହିଥିଲେ । ତେବେ ବିଧାୟକଙ୍କ ଏହି କଥାରେ ଉତ୍ତର ଦେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ରାଜ୍ୟରେ ଶିକ୍ଷାବସ୍ତା ସୁଧୁରୁଛି । ବିଜେପି ବିଧାୟକ ମୋହନ ମାଝୀ ରାଜ୍ୟରେ ଥିବା ସ୍କୁଲର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଥିଲେ । ରାଜ୍ୟରେ କେତେ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ, କେତେ ସ୍ମାର୍ଟ ଶ୍ରେଣୀଗୃହ, କେତେ ବ୍ୟବହାରଯୋଗ୍ୟ ଶୌଚାଳୟ, ପାନୀୟ ଜଳ ସୁବିଧା, ବିଦ୍ୟୁତ ସଂଯୋଗ, ଖେଳ ପଡିଆ, ଛାତ୍ରଛାତ୍ରୀଙ୍କ ଅନୁପାତରେ କେତେ ଶିକ୍ଷକ ନିଯୁକ୍ତି ହୋଇଛି ।

ତେବେ ଏହାର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଗତ ୮ ବର୍ଷରେ ପ୍ରାଥମିକ ଓ ଉଚ୍ଚ ସ୍ତର ପାଇଁ ସମୁଦାୟ ୧୯୪୯୦ ଜଣ ଶିକ୍ଷାସହାୟକ ନିୟୋଜିତ ହୋଇଛନ୍ତି । ସେହିଭଳି ୧୧୭୧୦ ସ୍କୁଲରେ ବିଦ୍ୟୁତ୍ ସଂଯୋଗ ନଥିବା ବେଳେ ୨୧୦୬୫ ସ୍କୁଲରେ ଖେଳପଡିଆ ନଥିବା ବେଳେ ୪୧୯୯୬ ସ୍କୁଲରେ କମ୍ପ୍ୟୁଟର ନାହିଁ । ସେହିଭଳି ୬୭୮୧ ସ୍କୁଲରେ ଆବଶ୍ୟକୀୟ କ୍ଲାସରୁମ ନଥିବା ବେଳେ ୬୦୧୧ ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି । ସେହିଭଳି ଚଳିତ ଶିକ୍ଷା ବର୍ଷରେ ଡ୍ରପ୍ ଆଉଟ ହାର ପ୍ରାଥମିକ ସ୍ତରରେ ଶୂନ ଥିବା ବେଳେ ଉଚ୍ଚପ୍ରାଥିମକ ସ୍ତରରେ ୭.୩୪ ଏବଂ ମାଧ୍ୟମିକ ସ୍ତରରେ ୨୭.୨୬ ରହିଛି । ଯଦି ରାଜ୍ୟରେ ଶିକ୍ଷାନୁଷ୍ଠାନର ଅବସ୍ଥା ଏପରି ତେବେ ଛାତ୍ରଛାତ୍ରୀ ମାନଙ୍କ ଅବସ୍ଥା କଣ ହେବ? ଶିକ୍ଷା ଏକ ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଇଥିବା ବେଳେ ପିଲାମାନଙ୍କ ଭବିଷ୍ୟତ କିପରି ଉଜ୍ବଳ ହେବ ବୋଲ ବିରୋଧୀ ଉଦବେଗ ପ୍ରକାଶ କରିଥିଲେ ।

ତେବେ ଏହାପୂର୍ବରୁ ସ୍କୁଲ ରୂପାନ୍ତରିକରଣକୁ ନେଇ ଗୃହରେ ଆଲୋଚନା ହେଇଥିଲା । ରାଜ୍ୟରେ ଶିକ୍ଷକ ଅଭାବ ନେଇ ଗୃହରେ ଉଦବେଗ ଦେଖା ଦେଇଥିଲା । ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ଅଭିଯୋଗ ଆଣିଛନ୍ତି ଯେ ସ୍କୁଲ ରୂପାନ୍ତରିତ ହେଉଛି କିନ୍ତୁ ଶିକ୍ଷକ ନାହାନ୍ତି । ୫-ଟି ସ୍କୁଲ ଗୁଡିକୁ ରଙ୍ଗେଇ ଦିଆଯାଉଛି କିନ୍ତୁ ବିଜୁଳୀ ଆଲୁଅ ପହଁଚି ପାରୁନାହିଁ ।

Get real time updates directly on you device, subscribe now.