fbpx

ଠିକା କର୍ମଚାରୀ ନିୟମିତ ହେବ ପାଇଁ ପ୍ରସ୍ତାବ ନାହିଁ, ବିଧାନସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ସରକାର କିଛି ମାସ ପୂର୍ବେ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ନୀତିକୁ ଉଚ୍ଛେଦ କରିଥିଲେ। ଏହାବାଦ ମଧ୍ୟ କିଛି ସରକାରୀ ଉଦ୍ୟୋଗରେ ଠିକା କର୍ମଚାରୀ ରହିଛନ୍ତି। ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ଉଛେଦ କରିବା ପରେ ସେମାନଙ୍କର ଭବିଷ୍ୟତ କ’ଣ ହେବ ସେ ନେଇ ବିଧାନସଭାରେ କହିଛନ୍ତି ବିଭାଗୀୟ ମନ୍ତ୍ରୀ। ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ବିଭାଗରେ ୨୫୩୬ଜଣ ଠିକା କର୍ମଚାରୀ ଅଛନ୍ତି। ଶୁକ୍ରବାର ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପଣ୍ଡା ଏହି ତଥ୍ୟ ଦେଇଛନ୍ତି।

ତେବେ ସରକାରୀ ଉଦ୍ୟୋଗରେ ଥିବା ଠିକା କର୍ମଚାରୀଙ୍କ ଚାକିରିକୁ ନିୟମିତ କରିବା ପାଇଁ କୌଣସି ପ୍ରସ୍ତାବ ନ ଥିବା ସୂଚନା ଦେଇଛନ୍ତି ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ବର୍ତ୍ତମାନ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମରେ ୧୧୩୩, ଓଡ଼ିଶା ନିର୍ମାଣ ନିଗମରେ ୬୪୦, ଓଡ଼ିଶା ରାଜ୍ୟ ଯୋଗାଣ ନିଗମରେ ୩୩, ଓଡ଼ିଶା ଶକ୍ତି ସଞ୍ଚାରଣ ନିଗମରେ ୨୩୬, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମରେ ୪୭, ଓଡ଼ିଶା ପର୍ଯ୍ୟଟନ ନିଗମରେ ୩୬, ଓଡ଼ିଶା ଜଳ ବିଦ୍ୟୁତ ନିଗମରେ ୩୪, ଗ୍ରିଡ୍‌କୋରେ ୩୨, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମରେ ୨୦, କଳିଙ୍ଗ ଷ୍ଟୁଡିଓଜ୍‌ରେ ୧୨, ଓଡ଼ିଶା ରାଜ୍ୟ ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ୯, ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନରେ ୮, ଓଡ଼ିଶା କୃଷି ଶିଳ୍ପ ନିଗମରେ ୬, ଓଡ଼ିଶା ସେତୁ ଓ ନିର୍ମାଣ ନିଗମ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ, ଓଡ଼ିଶା ରାଜ୍ୟ ପାନୀୟ ନିଗମରେ ୨ ଲେଖାଏ ଓ ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ, ଡେଜକୋଲ ଓ ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମରେ ଜଣେ ଲେଖାଏ ଠିକାରେ ନିଯୁକ୍ତ ଅଛନ୍ତି।

 

 

 

Get real time updates directly on you device, subscribe now.