fbpx

ମୋ ବିରୋଧରେ ଆସିଥିବା ଅଭିଯୋଗରେ ୧ ପ୍ରତିଶତ ବି ସତ୍ୟତା ନାହିଁ; ୟୁଟ୍ୟୁବର ଏଲଭିସ୍ ଯାଦବ

Advertisement

ନୂଆଦିଲ୍ଲୀ: ବିଗବସ୍ ବିଜେତା ତଥା ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ବିରୁଦ୍ଧରେ ରେଭ୍ ପାର୍ଟିରେ ସ୍ନେକ୍ ବାଇଟ୍ ପ୍ରୋଭାଇଡ୍ କରିବା ନେଇ ନୋଏଡା ସେକ୍ଟର ୪୯ରେ ଏଫଆଇଆର ରୁଜୁ ହୋଇଛି । ତେବେ ଏହାକୁ ନେଇ ଏଲଭିସ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିଯୋଗ ବିଷୟରେ ମୁହଁ ଖୋଲିଛନ୍ତି ।

ତେବେ ସେ ତାଙ୍କ ‘ X’(ପୂର୍ବରୁ ଟୁଇଟର) ରେ ଏକ ଭିଡିଓ ଶେୟାର କରି କହିଛନ୍ତି, ମୁଁ ଏଲଭିସ୍ ଯାଦବ। ମୁଁ ସକାଳେ ଉଠିଲି ଏବଂ ଦେଖିଲି ପୂରା ଗଣମାଧ୍ୟମରେ ମୋ’ ବିରୋଧରେ କି ପ୍ରକାର ଖବର ପ୍ରସାରିତ ହେଉଛି। ଏଲଭିସଙ୍କୁ ଗିରଫ କରାଯାଇଛି, ଏଲଭିସ୍ ଡ୍ରଗ୍ସ କାରବାର କରି ଧରାପଡିଛନ୍ତି। ଏହିପରି କଥା ମୋ ବିରୋଧରେ ପ୍ରଚାର ପ୍ରସାର ହେଉଛି। ମୋ ବିରୋଧରେ କରାଯାଇଥିବା ସମସ୍ତ ଅଭିଯୋଗ ମିଛ ଓ ଭିତ୍ତିହୀନ। ମୋ ବିରୋଧରେ ଆସିଥିବା ଏହି ଅଭିଯୋଗରେ ୧ ପ୍ରତିଶତ ବି ସତ୍ୟତା ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ୟୁପି ପୋଲିସ, ସମସ୍ତ ପ୍ରଶାସନ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀଙ୍କୁ ଅନୁରୋଧ କରିବି, ଯଦି ମୋର ଏଥିରେ ଗୋଟିଏ ପ୍ରତିଶତ ଯୋଗଦାନ ଥାଏ ତେବେ ମୁଁ ସବୁକିଛି ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି। ମିଡିଆ ମୋ ନାମରେ ଅପପ୍ରଚାର କରିବା ଉଚିତ ନୁହେଁ। ଯାହା ବି ଅଭିଯୋଗ ହେଉଛି ମୋର ସେଥିରେ କୌଣସି ସମ୍ପର୍କ ନାହିଁ। ଯଦି ଏହା ପ୍ରମାଣିତ ହୁଏ ତେବେ ମୁଁ ଏଥିପାଇଁ ପ୍ରସ୍ତୁତ ରହିଛି। ପୋଲିସକୁ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି।

Get real time updates directly on you device, subscribe now.