fbpx

(Video) ବନ୍ଦ ଗୁମ୍ଫାରେ କିଏ? ରହସ୍ୟମୟ ପାହାଡ଼ୀ ଗୁମ୍ଫା ଭିତରୁ ଶୁଭୁଛି ଭୟଙ୍କର ଶଦ୍ଦ, ଥରୁଛି ଗାଁ ଲୋକଙ୍କ ଛାତି…

Advertisement

ଯାଜପୁର: ଅନେକ ରହସ୍ୟ ଏବଂ ଆଶ୍ଚର୍ଯ୍ୟଜନକ ସ୍ଥାନରେ ଭରପୂର ହୋଇ ରହିଛି ଆମ ରାଜ୍ୟ ଓଡ଼ିଶା । ପୁରୀ ଶ୍ରୀମନ୍ଦିରର ଛାଇ ହେଉ କି କୋଣାର୍କ ସୂର୍ଯ୍ୟମନ୍ଦିରର ଚୁମ୍ବକୀୟ ଶକ୍ତି । ଏସବୁ ଜିନିଷର ରହସ୍ୟକୁ ନେଇ ଅନେକ କାହାଣୀ ବା ଲୋକକଥା ଶୁଣିବାକୁ ମିଳିଛି । କିନ୍ତୁ ପ୍ରକୃତ କଥା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ତେବେ କୋଟି କୋଟି ଓଡ଼ିଆଙ୍କ ବିଶ୍ୱାସ ଏହି ସ୍ଥାନଗୁଡ଼ିକୁ ଖୁବ ପ୍ରସିଦ୍ଧ କରିଛି । ସେହିପରି ଏକ ସ୍ଥାନ ହେଉଛି ବିରଜାକ୍ଷେତ୍ର ଯାଜପୁରର ରହସ୍ୟମୟ ପାହାଡ଼ୀ ଗୁମ୍ଫା । ପ୍ରାକୃତିକ ପରିବେଶ ଓ ଔଷଧୀୟ ବୃକ୍ଷ ରାଜି ଏଇ ପାହାଡ଼ର ଗରିମତାକୁ ଦ୍ୱିଗୁଣିତ କରୁଛି । କିନ୍ତୁ ଏହି ଗୁମ୍ଫା ଭିତରୁ ଅନେକ ସମୟରେ ରହସ୍ୟମୟୀ ଶବ୍ଦ ଶୁଣିବାକୁ ମିଳୁଛି । ଏହି ଗୁମ୍ଫା ଭିତରେ ସପ୍ତଫେଣୀ ସର୍ପ ରହିଥିବା ନେଇ ବିଶ୍ୱାସ କରାଯାଏ ।

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପଲ୍ଲେଇ ଗ୍ରାମ ପଞ୍ଚାୟତ ପଲ୍ଲେଇ ଗ୍ରାମ ଏକ ଗାଙ୍ଗୀ ପାହାଡ଼ର କଥା ଯାହା ମାଳିକା ବର୍ଣ୍ଣିତ ଅରକ୍ଷିତ ଦାସଙ୍କ ପୀଠରୁ ମାତ୍ର ଅନତି ଦୂରରେ ରହିଛି । ଗାଙ୍ଗୀ ମଠର ମାହାତ୍ମ୍ୟ ଏବେ ବି ରହସ୍ୟରେ ଘେରି ହୋଇ ରହିଛି । ଗୁମ୍ଫା ଭିତରୁ ଅନେକ ସମୟରେ ଭାସି ଆସୁଛି ସଂକୀର୍ତ୍ତନ ସ୍ୱର । ନିଶବ୍ଦ ରାତିରେ ସାଧୁ ସନ୍ଥ କରୁଛନ୍ତି ବିଚରଣ । ଶୁଭୁଛି କଠଉର ଠକ ଠକ ଶବ୍ଦ । ଗୁମ୍ଫା ଭିତରେ ସପ୍ତଫେଣି ସର୍ପ ଜଗିଥିବା ନେଇ ବିଶ୍ୱାସ ରହିଛି । ମହାଭାରତର ସର୍ବଶ୍ରେଷ୍ଠ ଧନୁର୍ଦ୍ଧାରୀ ଅର୍ଜୁନଙ୍କ ଭୟରେ ଏହି ଗୁମ୍ପାରେ ଏବେବି ଲୁଚିଛନ୍ତି ଅଶ୍ୱତ୍ଥମା ବୋଲି କୁହାଯାଏ । ଏହାବ୍ୟତୀତ ଏହି ସ୍ଥାନରୁ ଶ୍ରୀକ୍ଷେତ୍ର ପୁରୀ ଓ ଖଣ୍ଡଗିରିକୁ ଲମ୍ବିଛି ସୁଡ଼ଙ୍ଗ ରାସ୍ତା । ପାହାଡ଼ ଉପରେ ଏକ ଛୋଟ ପଥର ଚଟାଣରୁ ଶୁଖୁନି ଜଳ । ତାହା କେଉଁଠୁ ନିର୍ଗତ ହେଉଛି ତାହା ବି ଆଶ୍ଚର୍ଯ୍ୟ ।

ବିଶ୍ୱାସ ଅବିଶ୍ୱାସ ଭିତରେ ଧାର୍ମିକ ଭାବନା ସହ ଜଡିତ ପୀଠରେ ଆଖ ପାଖରେ ଆମିଷ କଲେ ସର୍ପଘାତରେ ଶିକାର ହେବାର ରହିଛି ଭୟ । ଏବେ ବି ପାହାଡ଼ ଆଖପାଖରେ ଆମିଷ ରୋଷେଇ କରାଯାଏ ନାହିଁ ଏବଂ ବିନା ପିଆଜ ରସୁଣରେ ତିଆରି ହୁଏ ପ୍ରସାଦ । ତେବେ ଏହି ଗୁମ୍ଫା ଉପରେ ଏକ ବୃକ୍ଷ ରହିଛି, ଯାହାକି ବହୁ ବର୍ଷର ହୋଇଥିଲେ ସୁଦ୍ଧା ବିଶେଷ ଭାବେ ବଢୁନଥିବା ଦେଖିବାକୁ ମିଳୁଛି । ପାତାଳଫୁଟ ଶିବଲିଙ୍ଗ ସହ ମା ଗଙ୍ଗା ଦ୍ୱେୀ ଓ ସେହି ଗୁମ୍ଫାକୁ ପ୍ରତ୍ୟେକ ଦିନ କରାଯାଉଛି ପୂଜାର୍ଚନା ।

ସାଧାରଣତଃ ଝରଣା ଖରା ଦିନେ ଶୁଖିଯାଇଥାଏ । କିନ୍ତୁ ଏହି ଝରଣା ବର୍ଷକ ୧୨ ମାସ ଓ ୩୬୫ ଦିନ ସଦା ସର୍ବଦା ପାଣିରେ ପରିପୂର୍ଣ୍ଣ ରହିଥିବା ଦେଖିବାକୁ ମିଳେ । ସେଥିପାଇଁ ଲୋକମାନେ ସେହି ଜଳକୁ ପବିତ୍ର ଗଙ୍ଗା ଜଳର ମାନ୍ୟତା ଦେଇଛନ୍ତି । ଭକ୍ତ ମାନେ ସେହି ପାଣିକୁ ଶରୀର ରେ ଛିଞ୍ଚନ କରିବା ସହ ବିଭିନ୍ନ ପୂଜା କାର୍ଯ୍ୟରେ ଲଗାଉଛନ୍ତି । ଏହି ଗୁମ୍ଫା ବିଷୟରେ ଅଚ୍ୟୁତାନନ୍ଦଙ୍କ ମାଳିକା ଓ ପଦ୍ମକଳ୍ପ ଆଦି ପୋଥିରେ ମଧ୍ୟ ଏହାର ବର୍ଣ୍ଣନା ରହିଛି । କଳିଯୁଗରେ ସୋଲ ପରି ଭାସିବ ଏଇ ପାହାଡ଼ ।

Get real time updates directly on you device, subscribe now.