fbpx

ରାଜ୍ୟରେ ଦିନକୁ ହେବ ଲକ୍ଷେ ଟେଷ୍ଟ

ଭୁବନେଶ୍ୱର, ୧୨ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଦୈନିକ ୧ଲକ୍ଷ ନମୁନା ପରୀକ୍ଷା ହେବ । ଆଣ୍ଟିଜେନ ଟେଷ୍ଟ ଆହୁରି ବଢ଼ିବ । ଭୁବନେଶ୍ୱରର ବିଭିନ୍ନ କର୍ପୋରେସନରେ ଟେଷ୍ଟ ହେବ । ଶୀଘ୍ର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଆଇସୋଲେଟ କରାଯିବ । ରାପିଡ଼ ଆଣ୍ଟିଜେନ ଟେଷ୍ଟକୁ ଗୁରୁତ୍ୱ ଦିଆଯାଉଛି । ଅଧିକାଂଶ କମ୍ପାନି କିଟ୍ ପ୍ରସ୍ତୁତ କରୁଥିବାରୁ କିଟର ଅଭାବ ମଧ୍ୟ ନାହିଁ । ଅନ୍ୟ ରାଜ୍ୟ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍ ରହିଛି ବୋଲି ସେ କହିଛନ୍ତି । ଏହାସହ ଅନ୍ୟପଟେ ଭ୍ୟାକସିନ ପାଇଁ କାମ ଚାଲିଛି ।

Get real time updates directly on you device, subscribe now.