fbpx

ପୁଣିଥରେ ହେବ କୃଷି ଆନ୍ଦୋଳନ, ଜାଣନ୍ତୁ କ’ଣ ରହିଛି ରାକେଶ ଟିକାୟତଙ୍କ ଯୋଜନା

Advertisement

ନୂଆଦିଲ୍ଲୀ: ନୂତନ କୃଷି ନିୟମକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି କୃଷକ । ଆଉ ଆଜି କୃଷକ ଆନ୍ଦୋଳନର ସାତ ମାସ ପୂର୍ତ୍ତୀକୁ ନେଇ ଦେଶସାରା ସଂଯୁକ୍ତ କୃଷକ ମୋର୍ଚ୍ଚା ଦ୍ୱାରା “ଖେତି ବଚାଓ’, “ଲୋକତନ୍ତ୍ର ବଚାଓ’ ଦିବସ ପାଳନ କରାଯାଉଛି । ଏହି ସମୟରେ କୃଷକମାନେ ରାଜ୍ୟପାଳଙ୍କୁ ଭେଟି ସେମାନଙ୍କ କୃଷି ଆଇନ ବିରୋଧୀ ପ୍ରସ୍ତାବ ପଞ୍ଜୀକୃତ କରିବା ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର ଦେଉଛନ୍ତି ।

ଏଥି ସହ ଗାଜିପୁର ସୀମାରେ ଆନ୍ଦୋଳନ କରୁଥିବା ଭାରତୀୟ କିଶାନ ୟୁନିଅନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି ଯେ ଯଦି ଆମକୁ ଉପ ରାଜ୍ୟପାଳଙ୍କ ସହ ଦେଖା କରିବାକୁ ଦିଆନଯିବ ତାହେଲେ ଆମେ ଦିଲ୍ଲୀରେ ଆନ୍ଦୋଳନ କରିବୁ । ଟିକାୟତ କହିଛନ୍ତି ଯେ “ଧରାପଡ଼ିଥିବା ପଦାଧିକାରୀ ମାନଙ୍କୁ ତିହାର ଜେଲ୍ ପଠାନ୍ତୁ ନହେଲେ ରାଜ୍ୟପାଳଙ୍କୁ ଭେଟିବାକୁ ଦିଅନ୍ତୁ । ସେ କହିଛନ୍ତି ଯେ ଟ୍ରାକ୍ଟର ବିନା ଦିଲ୍ଲୀ ରେ କିଛି ହେବ ନାହିଁ । ଯୁଦ୍ଧ କେଉଁଠାରେ ହେବ, ସ୍ଥାନ ଏବଂ ସମୟ କ’ଣ ହେବ ତାହା ସ୍ଥିର କରି ପୁନର୍ବାର ଏକ ବଡ଼ ବିପ୍ଳବ ହେବ  ।’

କୃଷକ ନେତା କହିଛନ୍ତି ଯେ ଆଜିର ବୈଠକରେ ଆମେ ଆମର ଆନ୍ଦୋଳନକୁ ମଜବୁତ କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ଆଉ ଦୁଇଟି ରାଲି କରିବାକୁ ନିଷ୍ପତ୍ତି ନେଇଛୁ । ୯ ଜୁଲାଇରେ ଏକ ଟ୍ରାକ୍ଟର ରାଲି ହେବ ଯେଉଁଥିରେ ଶାମଲି ଏବଂ ଭାଗପତର ଲୋକମାନେ ସାମିଲ ରହି ୧୦ ଜୁଲାଇରେ ସିଙ୍ଗୁ ସୀମାରେ ପହଞ୍ଚିବେ  । ଏଥି ସହିତ, ଜୁଲାଇ ୨୪ ରେ ଦ୍ୱିତୀୟ ଟ୍ରାକ୍ଟର ରାଲି ଅନୁଷ୍ଠିତ ହେବ ଯେଉଁଥିରେ ବିଜନୋର ଏବଂ ମେରୁଟର କୃଷକମାନେ ସାମିଲ ହେବେ । ୨୪ ଜୁଲାଇ ରାତିରେ ସେମାନେ ମେରୁଟ ଟୋଲରେ ଅଟକି ରହିବେ ଏବଂ ୨୫ ଜୁଲାଇରେ ଏହି ରାଲି ଗାଜିପୁର ସୀମାରେ ପହଞ୍ଚିବ  ।

Get real time updates directly on you device, subscribe now.