fbpx
BJD
BJD SKY
BJD SKY

ରାଜନୀତିରୁ ସନ୍ୟାସ ନେବେ ଫଡନବିସ୍!, ଜାଣନ୍ତୁ କଣ ରହିଛି କାରଣ

BJD

ନାଗପୁର(ଓଡ଼ିଶା ଭାସ୍କର): ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ନିଜ ପଦରୁ ଇସ୍ତଫା ଦେଇଦେବେ ବୋଲି କହିଛନ୍ତି । ସ୍ଥାନୀୟ ପ୍ରଶାସନରେ ଅନ୍ୟାନ୍ୟ ପଛୁଆ ବର୍ଗର ଲୋକଙ୍କୁ ସଂରକ୍ଷଣ ନ ମିଳିଲେ ସେ ରାଗଜନୀତିରୁ ସନ୍ୟାସ ନେବେ ବୋଲି ଏକ କର୍ମୀ ସମ୍ମିଳନୀରେ କହିଛନ୍ତି ଫଡନବିସ୍ । ନାଗପୁରର ଭେରାଇଟି ସ୍କେ୍ୱୟାର ଚୌକ୍ରେ ହୋଇଥିବା କର୍ମୀ ସମ୍ମିଳନୀରେ ଓବିସି କୋଟାର ଲୋକଙ୍କୁ ସଂରକ୍ଷଣ ଦାବି କରିଥିଲେ ଫଡନବିସ୍ । ମହାବିକାଶ ଅଘାଡି ସରକାର ଓବିସି କୋଟା ସଂରକ୍ଷଣ ଦେବା ପରିବର୍ତ୍ତେ ଏହି ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରିବାର ମିଥ୍ୟ ପ୍ରତିଶ୍ରୁତି ଦେଇଛି ।

ମହାରାଷ୍ଟ୍ର ବ୍ୟତିତ ଅନ୍ୟ ସମସ୍ତ ରାଜ୍ୟରେ ଓବିସି କୋଟା ଲାଗୁ କରାଯାଇଛି । ମହାରାଷ୍ଟ୍ରରେ ଏହି ନିୟମ ଲାଗୁ କରିବା ପରିବର୍ତ୍ତେ ରାଜ୍ୟ ସରକାର ଗଳାବାଟ ଦେଇ ଖସିଯିବାକୁ ପ୍ରୟାସ କରୁଛନ୍ତି । ରାଜ୍ୟ ସରକାର ଏହି ଆଇନ ଲାଗୁ ନ କରିବା ଯାଏଁ ବିଜେପି କର୍ମୀ ମାନେ ସମଗ୍ର ରାଜ୍ୟରେ ଚକାଜାମ ଆନ୍ଦୋଳନ କରିବାକୁ ଫଡନବିସ ଆହ୍ୱାନ ଦେଇଛନ୍ତି । ରାଜ୍ୟର ୧୦୦୦ ସ୍ଥାନରେ ଆନ୍ଦୋଳନ କରିବା ପାଇଁ ଫଡନବିସ ଆହ୍ୱାନ ଦେଇଛନ୍ତି । ଯଦି ଆନ୍ଦୋଳନ ସଫଳ ନ ହୁଏ ତେବେ ସେ ରାଜନୀତିରୁ ସନ୍ୟାସ ଗ୍ରହଣ କରିବେ ବୋଲି କହି ଓବିସି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚାହିଁଛନ୍ତି ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

Get real time updates directly on you device, subscribe now.