fbpx

ସାଜନ ଦିଲ୍ ଜିଣିନେଲେ, ଭାରତ ପାଇଁ ସ୍ୱର୍ଣ୍ଣିମ ରେକର୍ଡ କରି ହାସଲ କଲେ #TokyoOlympic2020 ଟିକେଟ୍

୬ ଦିନ ପୂର୍ବେ ଜିତିଥିଲେ ଅନ୍ୟ ଏକ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ସବୁରି ଦିଲ୍ ରେ ସାଜନ। ପ୍ରକାଶ କଲେ ନିଜର ଅନନ୍ୟ ଦକ୍ଷତା ଆଉ ପ୍ରଦର୍ଶନ କଲେ ରେକର୍ଡ ସୃଷ୍ଟିକାରୀ ସନ୍ତରଣ। ଦେଶକୁ ଗୌରବର ଗାଥା ଦେଇ ସେ ଯିବେ ଟୋକିଓ ଅଲିମ୍ପିକ୍ସ। ସେ ହେଉଛନ୍ତି କେରଳର ସାଜନ ପ୍ରକାଶ।

ନିର୍ଦ୍ଧାରିତ ସମୟରେ ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ସାଜନ ଅଲିମ୍ପିକ୍ ଯୋଗ୍ୟତା ହାସଲ କରିଛନ୍ତି। ରୋମର ସେଟ୍ଟେ କୋଲି ଟ୍ରଫିରେ ସାଜନ  ୨୦୦ ମିଟର ବଟରଫ୍ଲାଏ ବର୍ଗରେ ଏକ ମିନିଟ୍‌ ୫୬.୩୮ ସେକେଣ୍ଡରେ ଲକ୍ଷ୍ୟ ହାସଲ କରିପାରିଛନ୍ତି। ଏପରିକି ନିର୍ଦ୍ଧାରିତ ସମୟର ୧୦ ସେକେଣ୍ଡ ପୂର୍ବରୁ ସେ ଲକ୍ଷ୍ୟ ହାସଲ କରି ରଚିଛନ୍ତି ନୂଆ କୀର୍ତ୍ତିମାନ।

ସୂଚନାଯୋଗ୍ୟ ଯେ ଫିନା ଅଲିମ୍ପିକ୍‌ କ୍ବାଲିଫାଇଙ୍ଗ ଇଭେଣ୍ଟ(ବେଲ୍‌ଗ୍ରେଡ୍‌ ଟ୍ରଫି)ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ୨୭ ବର୍ଷୀୟ ସାଜନ ପ୍ରକାଶ। ଆଉ ଏହାର ଠିକ୍ ୬ ଦିନ ପରେ ସାଜନ ରଚିଛନ୍ତି ଏହି ନୂଆ ରେକର୍ଡ। ପ୍ରକାଶ ଏହି ଲକ୍ଷ୍ୟ ହାସଲ କରିଛନ୍ତି। ସର୍ବିଆରେ ଆୟୋଜିତ ପ୍ରତିଯୋଗିତାରେ ସାଜନ ୧:୫୬:୯୫ ସେକେଣ୍ଡରେ ଲକ୍ଷ୍ୟ ପୂରଣ କରି ହାସଲ କରିଛନ୍ତି ଟୋକିଓ ଅଲିମ୍ପିକ୍‌ ଟିକେଟ୍। ତାଙ୍କୁ ଦେଶର ବିଭିନ୍ନ ବର୍ଗରୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି।

 

Get real time updates directly on you device, subscribe now.