fbpx
BJD SKY
BJD SKY

ଫିଅର୍ସ ଫିମେଲ୍: ପୁସ୍ତକରେ ଦୂତୀଙ୍କ ସଂଘର୍ଷର କାହାଣୀ

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଆ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍ ଦୂତୀ ଚାନ୍ଦଙ୍କ ସଫଳତା ଓ ସଂଘର୍ଷର କାହାଣୀକୁ ପୁସ୍ତକର ରୂପ ଦେଇଛନ୍ତି ସନ୍ଦୀପ ମିଶ୍ର। ଫିଅର୍ସ ଫିମେଲ୍ ନାମରେ ନାମିତ ଏହି ବହିରେ ଏସିଆନ ରୌପ୍ୟ ବିଜୟିନୀ ଦୂତୀଙ୍କ ସଂପର୍କରେ ଲେଖା ଯାଇଛି। ଏକ ଗରିବ ପରିବାରରୁ ଆସିଥିବା ଏହି ଆଥଲେଟ ଜଣକ କିଭଳି ଜୀବନର ସମସ୍ତ ଝଡ଼ ଝଞ୍ଜା ଅତିକ୍ରମ କରିଛନ୍ତି ତାହା ମଧ୍ୟ ଉଲ୍ଲେଖ ରହିଛି।

ଏହି ପୁସ୍ତକରେ ଲିଙ୍ଗଗତ ଲଢେଇରେ ଦୂତିଙ୍କ ବିଜୟରୁ ଆରମ୍ଭ କରି ୨୦୧୮ ପ୍ରତ୍ୟାବର୍ତ୍ତନରେ ଦୁଇଟି ଏସୀୟ ରୌପ୍ୟ ପଦକ ଜିତିଥିଲେ ତାହା ବିସ୍ତୃତ ଆଲୋଚନା କରାଯାଇଛି। ଭାରତର ପ୍ରଥମ ସମଲିଙ୍ଗି ଆଥଲେଟ ଭାବରେ ଦୂତୀ ସମ୍ମୁଖୀନ ହୋଇଥିବା ସମସ୍ୟା ମଧ୍ଯ ବର୍ଣ୍ଣିତ ହୋଇଛି। ଏହି ବହିଟି Amazon ରେ ମାତ୍ର ୨୯୯ ଟଙ୍କାରେ ବିକ୍ରି ହେଉଛି।

Get real time updates directly on you device, subscribe now.