fbpx
BJD SKY
BJD SKY

ଶ୍ରୀ ଦାଣ୍ଡ ଓ ଶ୍ରୀ ସେତୁ ନିକଟରେ ହେବ ବିଶ୍ୱସ୍ତରୀୟ ଭେଣ୍ଡିଂ ଜୋନ୍

BJD

ଭୁବନେଶ୍ୱର: ଶ୍ରୀ ଦାଣ୍ଡ ଓ ଶ୍ରୀ ସେତୁ ନିକଟରେ ବିଶ୍ୱସ୍ତରୀୟ ଭେଣ୍ଡିଂ ଜେନ୍ ହେବା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ପୂର୍ତ୍ତ ସଚିବଙ୍କ ସହ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସମଙ୍ଗରେ ହେଉଥିବା ପାର୍କିଂ ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସେଠାରେ ଥିବା ଯାତ୍ରୀ ବିଶ୍ରାମଗାର ଏବଂ ଶୌଚାଳୟ ବି ସମୀକ୍ଷା କରିଥିଲେ । ତେବେ ଏହି ସମୀକ୍ଷା ପରେ ଆରମ୍ଭ ହୋଇଥିଲା ବୈଠକ ।
ଅପରପକ୍ଷରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ସିସିଟିଭି ବଳୟରେ ରହିବ ପୁରୀ ସହର । ଭିଭିଆଇପି ଓ ସାଧାରଣ ଭକ୍ତମାନଙ୍କ ସହ ଟ୍ରାଫିକ୍ ପରିଚାଳନା ପାଇଁ ରହିବ ସ୍ୱତନ୍ତ୍ର ବ୍ୟବସ୍ଥା । ଏନେଇ ୧୧ ତାରିଖ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ କାମ ହସ୍ତାନ୍ତର କରାଯିବ ଏବଂ ୧୨ରୁ ଶ୍ରୀସେତୁ ସ୍ୱାଗତ ତୋରଣ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

 

Get real time updates directly on you device, subscribe now.